ରାଉରକେଲା : ସର୍ପାଘାତରେ ଭାଇ ଭଉଣୀ ମୃତ।। ଘରେ ସୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

0 1,457

ସର୍ପାଘାତରେ ଭାଇ-ଭଉଣୀ ମୃତ।

ରାଉରକେଲା:୨୬/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ପଞ୍ଚାୟତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଦୁଇ ନାବାଳକ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ
୬ ବର୍ଷୀୟଏଭମ ଲାକ୍ରା ଏବଂ ୭ ବର୍ଷୀୟା ଏଭଲିନା ଲାକ୍ରା ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ଭାଇ ଭଉଣୀ ଖାଇସାରି ଘରେ ଶୋଇ ଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ଉଭୟ ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସୂଚନା ପାଇ ଚାନ୍ଦିପୋଷ ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି। ଏ ବାବଦରେ ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି।

Leave A Reply

Your email address will not be published.