ରାଉରକେଲା : ରାଜସ୍ବ ଅମଲା ସଂଘ ଆନ୍ଦୋଳନ ୧୬ ଦିନରେ ।। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ।। ଆନ୍ଦୋଳନ ଜାରି।

0 175

ରାଉରକେଲା:୨୬/୮(ସତ୍ୟାନ୍ୟୁଜ୍) ରାଜ୍ୟ ଅମଲା ସଂଘର ଆନ୍ଦୋଳନ ଆଜି ୧୬ ଦିନରେ ପହଞ୍ଚିଛି। ଗତ କାଲି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନାରୁ କୌଣସି ନସ୍କର୍ଷ ବାହାରି ପାରି ନାହିଁ। ଅପର ପକ୍ଷରେ ଆନ୍ଦୋଳନ ରତ ଅମଲା ସଂଘ କୁ ପୁଣି ଧମକ ଦେଇ ଛନ୍ତି ସରକାର। ସମୂହ ଛୁଟିରେ ଯାଉଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କ ପାଖକୁ ଚିଠି ଲେଖା ଯାଇଛି। ଏହାକୁ ନେଇ ପରିସ୍ଥିତ ଆହୁରି ଜଟିଳ ହୋଇ ପଡିଛି। ଆନ୍ଦୋଳନ ଯୋଗୁଁ ଜିଲ୍ଲା ସ୍ତରରେ ଲୋକମାନେ ରାଜସ୍ବ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ଏବଂ ଦାବି ପୂରଣ ଲାଗି କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହା ଯାଇଛି।

Leave A Reply

Your email address will not be published.