ସୁନ୍ଦରଗଡ଼: ୨୬/୮(ସତ୍ୟାନ୍ୟୁଜ୍)
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଯୁବ ରୋଗୀଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ଅନିଲ ସୋରେଙ୍ଗ ଏବଂ ସେ ସଦର ଥାନା ଅଧୀନ ଡାଇନିଡିହି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ରବିବାର ସେ ମିର୍ଗୀ ରୋଗରେ ପୀଡିତ ହୋଇ ଭର୍ତ୍ତି ହୋଇଥିଲେ ଏବଂ ଆଜି ଡିସଚାର୍ଜ ହେବାକୁ ଥିଲେ।
କିନ୍ତୁ ସକାଳେ ଘରକୁ ଯିବାକୁ ମାଆ କହିବା ସତ୍ୱେ, ସେ ହଠାତ୍ ବେଡ଼ରୁ ଉଠି, ଝରକା ଖୋଲି, ଛାତକୁ ପଳାଇ ଯାଇଥିଲେ। କୌଣସି କାରଣରୁ ସନ୍ତୁଳନ ହରାଇ ଛାତରୁ ଖସି ପଡିଥିଲେ। ସିଧାସଳଖ ତଳକୁ ନପଡି, ପ୍ରାୟ ଅଧଘଣ୍ଟା ଯାଏଁ ଛାତରେ ଲଟକି ଥାଇ ବଞ୍ଚି ଚେଷ୍ଟା କରୁଥିଲେ।
ତାଙ୍କ ମାଆ ଏକାକି ନିରୁପାୟ ହୋଇ କଣ କରିବେ ବୁଝି ପାରିନଥିଲେ। ମେଡିକାଲର କୌଣସି କର୍ମଚାରୀ କିମ୍ବା ଅଧିକାରୀ ପହଞ୍ଚିନଥିଲେ। ସମୟରେ ଚେଷ୍ଟା କରିଥାନ୍ତେ ଉକ୍ତ ଯୁବକଙ୍କୁ ବଞ୍ଚାଇ ପାରିଥାନ୍ତେ ବୋଲି ଅନେକ ମତ ପ୍ରକାଶ କରିଛନ୍ତି। କିନ୍ତୁ ଶେଷରେ ତାଙ୍କ ହାତ ଛାଡ଼ି ଯାଇଥିଲା ଏବଂ ସିଧା ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ।