ବିରମିତ୍ରପୁର:୨୫/୮(ସତ୍ୟାନ୍ୟୁଜ୍) ଜୁଲାଇ ୨୩ ତାରିଖରେ ବିରମିତ୍ରପୁର ରେ ରାଉରକେଲାର ସେକ୍ଟର-୨୦ ଅଞ୍ଚଳର ଉତ୍ତମ କୁମାର ଘୋଷ ଙ୍କ ଉପରକୁ ଗୁଳି ଚଳାଇବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଦୁବୃର୍ତ୍ତ ପିଣ୍ଟୁ ସାହୁ , ସମରା
କେରକେଟା ଏବଂ ରାହୁଲ
କେରକେଟା ଙ୍କ ଠାରୁ ପୋଲିସ୍ ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ୍ ଏବଂ ବାଇକ୍ ଜବତ କରିଛନ୍ତି। ବିରମିତ୍ରପୁର ତହସିଲକୁ କାମରେ ଆସିଥିବା ବେଳେ ଉତ୍ତମଙ୍କୁ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିଲେ। ସୌଭାଗ୍ୟ ବଶତଃ ଗୁଳି ତାଙ୍କ କାର ରେ ବାଜି ଥିଲା। ବାଇକ୍ରେ ଆସିଥିବା ଦୁଇ ଜଣ ତାଙ୍କୁ ଟାର୍ଗେଟ୍ କରିଥିଲେ। ବାଇକ୍ ପଛରେ ବସିଥିବା ବ୍ୟକ୍ତି ପିସ୍ତଲ୍ରୁ ଗୁଳି ଚାଲାଇଥିଲା।
ଗୁଳି କାରର ସାମ୍ନା କାଚ ଭାଙ୍ଗି ପଛ ସିଟ୍ରେ ଲାଗିଥିଲା। ପରେ ସେ ତହସିଲ କାର୍ଯ୍ୟାଳୟକୁ ଦୌଡି ଘଟଣାର ସୂଚନା ଦେଇଥିଲେ।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ଫୁଲଝର ଗ୍ରାମର ଆନସାରୀ ଙ୍କ ସହ ଜମି କାରବାରକୁ ନେଇ ୨୫ ଲକ୍ଷ ଟଙ୍କା ପାଇବାକୁ ଥିଲା। ଜମିର ରେଜିଷ୍ଟ୍ରି ସେହି ଦିନ ହେବାକୁ ଥିଲା। ଏହି କାରଣରୁ ଆନସାରୀ ଓ ତାଙ୍କ ସହଯୋଗୀମାନେ ଗୁଳିଚାଳନା କରିଥିବା ସନ୍ଦେହ କରାଯାଉଥିଲା।