ବିରମିତ୍ରପୁର: ଦୁଇ ଦିନରେ ୧୬ ଜଣଙ୍କୁ କାମୁଡିଲେଣି ବୁଲା କୁକୁର।। ପୌରପାଳିକା କୁ କାର୍ଯ୍ୟନୁଷ୍ଠାନ ପାଇଁ ସୂଚନା ଦିଆ ଗଲା।
ବିରମିତ୍ରପୁର:୨୫/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଦେଖା ଦେଇଛି ବୁଲା କୁକୁର ଆତଙ୍କ। ଦୁଇ ଦିନରେ ୧୬ ଜଣ ବ୍ୟକ୍ତି କୁକୁର କାମୁଡ଼ା ର ଶିକାର ହୋଇ ଥିବା ବେଳେ ଏହାକୁ ନେଇ ପୁରା ଟାଉନ୍ ଅଞ୍ଚଳରେ ଭୟ ର ବାତାବରଣ ରହିଛି। କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଦେଉ ଥିବାରୁ ଏହା ପାଗଳ କୁକୁର ବୋଲି ସନ୍ଦେହ କରାଯାଉଛି। ଏ ବାବଦରେ ପୌର ପଳିକା କୁ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ପାଇଁ ସୂଚନା ଦିଆ ଯାଇଛି। କୁକୁର କାମୁଡ଼ିଲେ ଝାଡ ଫୁଙ୍କ୍ ର ସାହାଯ୍ୟ ନନେଇ ହସ୍ପିଟାଲ୍ ଆସି ଚିକିତ୍ସା ହେବାକୁ ଡାକ୍ତର ନିବେଦନ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର ମାନେ ମାଳମାଳ ହୋଇ ବୁଲୁଥିବାର ଦେଖା ଯାଉଛି। ବୁଲା କୁକୁର ମାନଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦିଆ ଯିବା ନେଇ କିଛି ଦିନ ପୂର୍ବରୁ ସୁପ୍ରିମ କୋର୍ଟ ବାରଣ କରିଛନ୍ତି। ଏଥି ପାଇଁ ପୌରପାଳିକା ସ୍ଥାନ ନିରୂପଣ କରିବ ବୋଲି ମାନ୍ୟବର କୋର୍ଟ କହିଛନ୍ତି।