ବଣାଇ : ୨୫/୮(ସତ୍ୟା ନ୍ୟୁଜ୍) ଆଜି ସକାଳେ ବଣାଇ ଥାନା ଅନ୍ତର୍ଗତ କେଲ ନିକଟରେ ପିକଅପ୍ ଭ୍ୟାନ୍ ଓଲଟି ପଡି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତକ ଏବଂ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।
ଆହତଙ୍କ ମଧ୍ୟରୁ ଗୁରୁତର ୨୧ ଜଣ ଙ୍କୁ ରାଉରକେଲା ଜେପି ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଶ୍ରମିକ ମାନେ ବନ ବିଭାଗର
ଚାରା ଗଛ ରୋପଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ। ଆଜି କେନ୍ଦ୍ରୀକେଲା ରୁ କେଲ ଆସି ବନ ବିଭାଗ ପକ୍ଷରୁ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଫଟ ଉଠାଇ ଫେରିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ୩୦ ଉର୍ଦ୍ଧ୍ବ ଶ୍ରମିକ ପିକଅପ୍ ଭ୍ୟାନ୍ ରେ କିପରି ବେଆଇନ୍ ଭାବେ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ ତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ ଏବଂ ଆହତ ଶ୍ରମିକଙ୍କୁ କ୍ଷତିପୂରଣ ଦାବିରେ ସୋମବାର ଅପରାହ୍ନ ରେ ସ୍ଥାନୀୟ ଲୋକମାନେ ବଣାଇ ଡି ଏଫ୍ ଓ କାର୍ଯ୍ୟଳୟ ସମ୍ମୁଖ ରେ ବଣାଇ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ କେଉଁ ପରିପ୍ରେକ୍ଷୀରେ ଶ୍ରମିକ ମାନଙ୍କୁ ପୀକଅପ୍ ଭ୍ୟାନ୍ ରେ ନିଆ ଯାଉଥିଲା ତାର ତଦନ୍ତ ଦାବି କରିଛି ବିଜେପି ଏବଂ ବିଜେଡି।