ରାଜଗାଙ୍ଗପୁର : ମରିଗଲା ସମସ୍ତ ମାନବିକତା।। ଅସୁସ୍ଥ ଓଟ କୁ ଗଛରେ ବାନ୍ଧି ଚାଲି ଗଲା ତାର ମାଲିକ।। ସ୍ଥାନୀୟ ଲୋକେ କରୁଛନ୍ତି ଚିକିତ୍ସା।

0 562

ରାଜଗାଙ୍ଗପୁର:୨୩/୮(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଦୃଶ୍ୟ। ଗତ ଗୁରୁବାର ଠାରୁ ଏକ ବୟସ୍କ ଏବଂ ଅସୁସ୍ଥ ଓଟକୁ ଗଛରେ ବାନ୍ଧି ତାର ମାଲିକ ପଳାଇ ଯାଇଥିବା ଜଣା ପଡ଼ିଛି। ଯେଉଁ ଓଟ ଜୀବନ ସାରା ତା ମାଲିକକୁ ସେବା ଯୋଗାଇ ଆସିଛି ଆଜି ସେହି ମାଲିକ ତାକୁ ଅସହାୟ ଅବସ୍ଥାରେ ଛାଡ଼ି ଚାଲି ଯାଇଛି। ଭୋକ ଉପାସରେ ବର୍ଷାରେ ଭିଜି ଓଟ ର ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଛି।
ଅସୁସ୍ଥ ଅବସ୍ଥାରେ ଦୁର୍ବଳ ହୋଇ ଓଟ ଜୀବନ ସଙ୍କଟରେ ପଡ଼ିଥିବା ବେଳେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ କୁତ୍ରା ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ଅସୁସ୍ଥ ପଶୁଟିର ଚିକିତ୍ସା କରିଛନ୍ତି।

ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏହି ଓଟଟିକୁ ରାଜସ୍ଥାନର ଜଣେ ବ୍ୟକ୍ତି ବ୍ୟବହାର କରୁଥିଲେ। କିଛିଦିନ ପୂର୍ବରୁ ଉକ୍ତ ବ୍ୟକ୍ତି ଏକ ମେଳା କୁ ଓଟ ଟିକୁ ଆଣି ଥିଲେ। ଓଟ ସାହାଯ୍ୟରେ ଉକ୍ତ ବ୍ୟକ୍ତି ମାଲ ବୋହିବା ସହିତ ଲୋକଙ୍କୁ ମନୋରଞ୍ଜନ କରାଇ ଗୁଜୁରାଣ ଚଳାଉଥିଲେ। କିନ୍ତୁ ଓଟ ଅସୁସ୍ଥ ହେବା ପରେ କୌଣସି ମାନବିକତା ନ ଦେଖଇ ଓଟକୁ ଗଛରେ ବାନ୍ଧି ଛାଡ଼ି ଚାଲିଯାଇଥିଲେ।

ଏହି ଘଟଣା ପଶୁପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ଦୁଃଖ ସୃଷ୍ଟି କରିଛି। ଗଛ ମୂଳରେ ଓଟ ମାଲିକଙ୍କ ବ୍ୟାଗ ଓ କିଛି କାଗଜପତ୍ର ମଧ୍ୟ ମିଳିଛି। ଏବେ କୁତ୍ରା ପୁଲିସ ଓଟ ପାଇଁ ତାରପୋଲିନ ଛାଉଣୀର ବ୍ୟବସ୍ଥା କରିବା ସହିତ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.