ରାଉରକେଲା : ‘ ଆଇନ୍ ଗତ ସଫେଇ ସୁରକ୍ଷିତ ସଫେଇ ‘ ସଚେତନତା ରଥ ର ଶୁଭାରମ୍ଭ।। ସେସପୂଲ୍ ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ।

0 213

ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ସୁରକ୍ଷିତ ଭାବେ ସ୍ବେରେଜ ନାଳ କିମ୍ବା ପାଇଖାନା ଟାଙ୍କି ସଫେଇକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ‘ ଆଇନଗତ ସଫେଇ ସୁରକ୍ଷିତ ସଫେଇ’ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଜାରି ରହିଥିବା ବେଳେ ଆଜି ଏହି ଅନ୍ତର୍ଗତ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ଦୀନା ଦସ୍ତଗୀର୍।
ଏହି ସଚେତନତା ରଥ ରାଉରକେଲା ମହାନଗର ନିଗମର ବିଭିନ୍ନ ୱାର୍ଡ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ପାଇଖାନା ଟାଙ୍କି ସଫେଇ ସମୟରେ ୧୪୪୨୦ (ଦେୟମୁକ୍ତ) ନମ୍ବରରେ ଫୋନ୍ କରି ମହାନଗର ନିଗମରୁ ସ୍ୱୀକୃତିପ୍ରାପ୍ତ ହୋଇଥିବା ସଫେଇ ସଂସ୍ଥାର ସେଶପୁଲ ଗାଡ଼ି ଏବଂ ତାଲିମପ୍ରାପ୍ତ ସଫେଇ କର୍ମଚାରୀଙ୍କୁ ବ୍ୟବହାର କରିବା ପାଇଁ ସଚେତନ କରିବ।

Leave A Reply

Your email address will not be published.