ରାଉରକେଲା : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଆଇରନ୍ ଚିପ୍ସ ବୋଝେଇ ହାଇବା ଗାଡ଼ି।। ଲାଠିକଟା – ପାନପୋଷ ରୋଡ ରେ ଦୁର୍ଘଟଣା।

0 680

ରାଉରକେଲା:୨୩/୮(ସତ୍ୟାନ୍ୟୁଜ୍) ଲାଠିକଟା – ପାନପୋଷ ରୋଡ୍ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ ଆଇରନ୍ ଚିପ୍ସ ଭରା ଟ୍ରକ୍ ଓଲଟି ପଡିଛି। ଆଜି ସକାଳେ ଫେଟକଲ୍ ଡମ୍ପିଂ ଏରିଆ ନିକଟ ଇଣ୍ଡିଆନ୍ ଆଏଲ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ ଦୃତ ଗତିରେ
ହାଇବା ଗାଡିଟି ଯାଉଥିବା ବେଳେ ଡିଭାଇଡର୍ ଉପରେ ଚଢ଼ି ଯାଇ ନିୟନ୍ତ୍ରଣ ହରାଇଥିଲା। ଏହା ପରେ ଆଇରନ ଚିପ୍ସ ବୋଝେଇ ଗାଡ଼ିଟି ଓଲଟି ପଡିଥିଲା।
ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ଘଟି ନଥିବା ବେଳେ ଡ୍ରାଇଭର୍ ଓ ହେଲ୍ପର୍ ଅଳ୍ପକେ ରକ୍ଷା ପାଇଁ ଯାଇଛନ୍ତି। ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.