ବଣାଇ : ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଜାରି। ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀ।

0 165

ବଣାଇ : ୨୨/୮(ସତ୍ୟାନ୍ୟୁଜ୍) ବଣାଇ ଅଞ୍ଚଳରେ ଦିନକୁ ଦିନ ହାତୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଚିନ୍ତାରେ ଅଛନ୍ତି ଚାଷୀ। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏବେ ଗାଁ ମୁହାଁ ହାତୀ। କିଛି ଦିନ ହେଲା ଏହି ଅଞ୍ଚଳକୁ ୩ ଟି ହାତୀ ଆସି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ବନ ବିଭାଗ ହାତୀଙ୍କୁ ନଦୀ ପାର କରି ଥିବା ବେଳେ ଏବେ ଗୋଟିଏ ଦନ୍ତା ଆସି ଉପଦ୍ରବ ଜାରି ରଖିଛି। ବିଶେଷ କରି ଚାଷ ଜମି ରେ ପଶି ଫସଲ ନଷ୍ଟ କରୁଛି। ହାତୀ କୁ ନେଇ ସମୟେ ସମୟେ ବନ ବିଭାଗ ଚାଷୀ ମୁହାଁମୁହିଁ ହେବାର ଦେଖା ଦେଉଛି। ଚାଷ କାର୍ଯ୍ୟକୁ ସୁରକ୍ଷା ଦେବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ପ୍ରୟାସ ଜାରି ରଖି ଥିବା ବେଳେ ହାତୀ ବୋଲ ମାନୁନି । ଅନ୍ଧାର ରାତିରେ କେତେବେଳେ ଜଙ୍ଗଲ ରେ ଲୁଚି ଯାଉଛି ତ କେତେବେଳେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛି। ତଥାପି ବନ ବିଭାଗ ହାତୀକୁ କିପରି ଅନ୍ୟତ୍ର ନେବେ ସେଥି ଲାଗି ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.