ରାଉରକେଲା: ୨୨/୮(ସତ୍ୟାନ୍ୟୁଜ୍) ସ୍ବାମୀ ସ୍ତ୍ରୀ ଘରେ ଶୋଇଥିବା ବେଳେ ଚୋର ମାନେ ଘରେ ପଶି ସୁନା ଗହଣା , ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇ ଯାଇଛନ୍ତି। ଏହି ଘଟଣା ଘଟିଛି ରାଉରକେଲାରେ। ବାସନ୍ତୀ କଲୋନୀରେ ବି ଏଲ୍ – ୧୩୨ କ୍ୱାର୍ଟର ରେ ଗିରିଜା ପ୍ରସାଦ ଦାସ ପରିବାର ସହ ରହନ୍ତି। ଗୁରୁବାର ରାତିରେ ଉଭୟ ସ୍ବାମୀ ସ୍ତ୍ରୀ ସୋଇଥିବା ବେଳେ ଦୁର୍ବୃତ୍ତ ମାନେ ରୋଷେଇ ଘର ସ୍କାଏ ଲାଇଟ୍ ପଟେ ଘରେ ପଶି ଥିଲେ। ପରେ ଆଲମୀରା ଖୋଲି ଲକ୍ଷାଧିକ ଟଙ୍କା ର ସୁନା ଗହଣା ଏବଂ ନଗଦ ୨୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘର ମାଲିକ ଗିରିଜା ପ୍ରସାଦଙ୍କ ନିଦ ଭାଙ୍ଗି ନଥିବାରୁ ଦୁର୍ବୃତ୍ତ ମାନେ ଘରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରିଥିବା ସନ୍ଦେହ କରା ଯାଉଛି। ଉଦିତ ନଗର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି।