ରାଉରକେଲା : ବାଇକ୍ ଲିଫ୍ଟର୍ରାକେଟ୍ ର ୩ ସଦସ୍ୟଙ୍କୁ ଗିରଫ କଲା ରାଉରକେଲା ପୋଲିସ।। ୩ ବାଇକ୍ ଚୋର ଗିରଫ।। ୧୬ ଚୋରା ବାଇକ୍ ଜବତ।

0 226

ରାଉରକେଲା:୨୧/୮(ସତ୍ୟାନ୍ୟୁଜ୍) ରାଉରକେଲା ପୋଲିସ ଏକ ବଡ଼ ଧରଣର ମୋଟର ସାଇକେଲ ଚୋର ରାକେଟ୍ ର ପର୍ଦ୍ଦାଫାଶ କରିବାକୁ ସକ୍ଷମ ହୋଇଛି। ପୋଲିସ୍ ୩ ଜଣ ପେଶାଦାର ବାଇକ୍ ଲିଫ୍ଟରଙ୍କୁ ଗିରଫ କରିଥିବା ବେଳେ ୧୬ ଟି ଚୋରା ବାଇକ୍ ଜବତ କରା ଯାଇଛି। ଏହି ରାକେଟ୍ ର କିଙ୍ଗପିନ୍ ଶଙ୍କର ଲୋହାର ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ଏବଂ ଏବେ
ଜଲଦା ଥାନା ଅଞ୍ଚଳରେ ରହି
ରାକେଟ୍ ଚଳାଉ ଥିଲା। ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରି ଏହି ଗ୍ୟାଙ୍ଗ ଗାଡ଼ି କୋଇଡା ରେ ରଖୁଥିଲେ ଏବଂ ପରେ ବାହାର ରାଜ୍ୟରେ ବିକ୍ରି କରୁଥିଲେ। ବୃଦ୍ଧି ପାଉଥିବା ବାଇକ୍ ଚୋରି ରୋକିବାକୁ ରଘୁନାଥପାଲି ଥାନା ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରା ଯାଇଥିଲା। ଏହି ଗ୍ୟାଙ୍ଗ ଚୋରି କରିଥିବା ଆଉ ଅଧିକ ବାଇକ୍ ପୋଲିସ୍ ଜବତ କରିବା ଲାଗି ବିଭିନ୍ନ ସ୍ଥାନରେ ରେଡ୍ କରୁଛି।

Leave A Reply

Your email address will not be published.