ସୁନ୍ଦରଗଡ଼:୨୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୁତ୍ରା ସ୍ଥିତ
ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ “ଆସ ସ୍କୁଲ ଯିବା” ପଦଯାତ୍ରା ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପିତା, ମାତା, ଅଭିଭାବକ, ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦେଇ ସମାଜକୁ ଶିକ୍ଷାର ଗୁରୁତ୍ୱ ବାବଦରେ ସଚେତନ କରିଥିଲେ। ଶିକ୍ଷା ହେଉଛି ଆଗାମୀ ଭବିଷ୍ୟତର ଆଧାର। ଏହାର ପ୍ରସାର ଦ୍ଵାରା ସମାଜ ଆଗକୁ ବଢ଼ିଥାଏ। ଯେଉଁ ପିଲାମନେ ଅଧାରୁ ପାଠ ଛାଡ଼ିଛନ୍ତି ତାଙ୍କୁ ବିଦ୍ୟାଳୟକୁ ଫେରେଇ ଆଣିବାକୁ ବିଦ୍ୟାଳୟ ତରଫରୁ ଉଦ୍ୟମ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ରଛାତ୍ରୀ ,ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମନେ ଭାଗ ନେଇ କୁତ୍ରା ଗ୍ରାମ ପରିକ୍ରମା କରିଥିଲେ।