ଭଦ୍ରକ: ଗୋରୁ ବୋଝେଇ କରି ନେଉ ଥିବା ପିକଅପ୍ ଭ୍ୟାନ କୁ ଜାଳି ଦେଲେ ଗୋରକ୍ଷକ।। ୧୬ ନମ୍ୱର୍ ଜାତୀୟ ରାଜପଥରେ ଘଟିଛି ଏହି ଘଟଣା।

0 203

ଭଦ୍ରକ : ୨୧/୮(ସତ୍ୟାନ୍ୟୁଜ୍) ରାଜପଥରେ ଜାଳି ଦେଲେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ। ଗୋ ରକ୍ଷକ ମାନେ ଗୋମାତା ଙ୍କୁ ଉଦ୍ଧାର କଲା ପରେ ଭ୍ୟାନ କୁ ଜଳାଇ ଦେଇଥିବା କୁହା ଯାଉଛି। ୧୬ ନମ୍ୱର୍ ଜାତୀୟ ରାଜପଥ ଭଦ୍ରକ
ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟ ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏହି ଘଟଣା। ସୂଚନା ମୁତାବକ ଏକ ପିକ୍ ଅପ୍ ଗାଡ଼ିରେ ୧୪ ଟି ଗୋରୁ ବେଆଇନ ଭାବେ ଆସୁଥିବା ସୂଚନା ପାଇ ସ୍ଥାନୀୟ କିଛି ଯୁବକ ଜଗି ରହିଥିଲେ। ଜାତୀୟ ରାଜପଥ ନଳାଙ୍ଗ ପାଖରେ ଯୁବକ ମାନେ ଗାଡ଼ିକୁ ଅଟକାଇ ଥିଲେ। ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା। ଯୁବକ ମାନେ ଗୋରୁ ମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ପରେ କିଛି ଯୁବକ ଉତ୍ୟକ୍ତ ହୋଇ ଗାଡ଼ିରେ ନିଆଁ ଲଗାଇ ଦେଇଥିବା କୁହା ଯାଉଛି। ଖବର ପାଇ ଫାୟାର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.