ସୁନ୍ଦରଗଡ଼ : ସି ଆଇ ଏସ ଏଫ୍ ଯବାନଙ୍କ ମାଡ଼ରେ ୮ ଶ୍ରମିକ ଆହତ।। ଦର୍ଲିପାଲି ଏନ୍ ଟି ପି ସି ଥର୍ମାଲ ପ୍ଲାଣ୍ଟ ଘଟଣା।

0 518

ସୁନ୍ଦରଗଡ଼:୧୯/୮(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଦର୍ଲିପାଲି ଏନଟିପିସି ସୁପର ଥର୍ମାଲ ପାୱାର ପ୍ଲାଣ୍ଟରେ ଶ୍ରମିକଙ୍କୁ ସି ଆଇ ଏସ ଏଫ୍ ଯବାନଙ୍କ ମାଡ଼ ମାରିବା ଅଭିଯୋଗ ହୋଇଛି । ଏଥିରେ ୮ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି । ସୂଚନା ଅନୁସାରେ ଜଣେ ଯୁବକ କୁଆଡେ ପ୍ଲାଣ୍ଟରୁ କିଛି ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଶ୍ରମିକ ଙ୍କ ସହ କାମ କରୁଥିବା ଅନ୍ୟ ୮ ଶ୍ରମିକଙ୍କୁ ପଚରାଉଚୁରା ବାହାନାରେ ଯବାନ ମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଦର୍ଲିପାଲି ଫାଣ୍ଡିରେ ଏତଲା ଦେଇଥିବା ଆହତ ଯୁବକ ମାନେ କହିଛନ୍ତି ।

Leave A Reply

Your email address will not be published.