ସୁନ୍ଦରଗଡ଼ : କୁତ୍ରା ର ଝିଅ ଦିପାଳୀ ଙ୍କୁ ରାୟପୁର ଶାଶୁ ଘରେ ଯୌତକ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗ।। ନ୍ୟାୟ ଦାବିରେକ୍ୟାଣ୍ଡେଲ ଶୋଭାଯାତ୍ରା।

0 286

ସୁନ୍ଦରଗଡ଼:୧୯/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବାସିନ୍ଦା ଅଶୋକ ସାହୁଙ୍କ ଝିଅ ୨୮ ବର୍ଷୀୟ ଦୀପାଳୀ ସାହୁ ଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଦାବୀରେ ଆଜି ସନ୍ଧ୍ୟାରେ କୁତ୍ରାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।
ଦିପାଳି ଙ୍କ ବିବାହ ଗତବର୍ଷ ନଭେମ୍ବର ମାସରେ ହୋଇଥିବା ବେଳେ ଗତ ଆଗଷ୍ଟ ୧୩ ତାରିଖରେରେ ତାଙ୍କର ମୃତ୍ୟୁ ଶଶୁର ଘର ରାୟପୁରର ମୋତିନଗରରେ ହୋଇଥିଲା। ଶଶୁର ଘର ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା ବୋଲି କୁହା ଯାଉଥିବା ବେଳେ, ଦୀପାଳୀଙ୍କ ପିତା ପରିବାର ପକ୍ଷରୁ ଯୌତୁକ ନିର୍ଯ୍ୟାତନା ଏବଂ ହତ୍ୟା ଅଭିଯୋଗ କରା ଯାଇଛି।
ସ୍ୱାମୀ ଅଙ୍କିତ ଗୁପ୍ତା ଓ ତାଙ୍କ ପରିବାର ବିରୋଧରେ ଟିକ୍ରାପଡ଼ା ଥାନାରେ ଏହି ଅଭିଯୋଗ ଦାଖଲ କରାଯାଇଛି।
୧୫ ଆଗଷ୍ଟରେ ବେଦବ୍ୟାସରେ ଦୀପାଳୀଙ୍କ ଶବ ସତ୍କାର ପରେ, ଆଜି ସନ୍ଧ୍ୟାରେ ତାଙ୍କୁ ନ୍ୟାୟ ଦାବୀ ରେ କୁତ୍ରା ର ଲୋକ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିଥିଲେ। ଏହା ସହ ଅଭିଯୁକ୍ତଙ୍କ ଗିରଫ ଦାବୀ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.