ସୁନ୍ଦରଗଡ଼ : ୮୦ ତମ ରାଜ୍ୟ ପୋଲିସ ଫୁଟବଲ୍ ଚମ୍ପିୟାନଶିପ ଉଦ୍ଘାଟିତ।। ୩୦ ଟି ଜିଲ୍ଲାରୁ ୪୭ଟି ଟିମ୍ ଭାଗ ନେଇଛନ୍ତି।

0 231

ସୁନ୍ଦରଗଡ଼:୨୦/୮(ସତ୍ୟାନ୍ୟୁଜ) ଆଜିଠାରୁ ସୁନ୍ଦରଗଡ଼ରେ ଆରମ୍ଭ ହେଇଛି ୮୦ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିଅନସିପ୍। ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଚମ୍ପିଅ।ନସିପ୍ ରେ ଓଡ଼ିଶା ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ରାଜେଶ କୁମାର ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଶ୍ଚିମାଞ୍ଚଳ ଡିଅ।ଇଜି ବ୍ରିଜେଶ ରାଏ ଯୋଗଦେଇ ଚାମ୍ପିଅନସିପକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ସେପ୍ଟେମ୍ବର ୩ ତାରିଖ ଯାଏଁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୩୦ ଜିଲ୍ଲାରୁ ୪୭ ଟି ଫୁଟବଲ ଟିମ ଭାଗ ନେଇଛନ୍ତି ।

ଗ୍ରୁପ-ଏରେ ୨୪ ଟି ଦଳ ଓ ଗ୍ରୁପ-ବିରେ ୨୩ ଟି ଦଳ ଖେଳିବେ ।ଆଜି ସୁନ୍ଦରଗଡ଼ ଓ ଭଞ୍ଜନଗର ୮ମ ଏସଆଇଆର୍ ବାଟାଲିଅନ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା । ଖେଳ ଅ।ରମ୍ଭ ହେବା ପୁର୍ବରୁ ୨୪ ଟି ଦଳର ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରା ଯାଇଥିଲା। ସୁନ୍ଦରଗଡ ଜିଲ୍ଲାରେ ଏହି ଫୁଟବଲ ଚମ୍ପୟନସିପ୍ ଆସନ୍ତା ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସମସ୍ତଙ୍କୁ ଏହି ଖେଳ ଦେଖିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସୁନ୍ଦରଗଡ଼ ଏସପି ଅନୁରୋଧ କରିଥିଲେ। ଅତି ସୁନ୍ଦର ଭାବରେ ଖେଳର ଆୟୋଜନ କରାଯାଇଛି ବୋଲି ଓଡ଼ିଶା ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ କହିବା ସହ ଖେଳାଳିଙ୍କ ମଧ୍ୟରେ ଭାଇଚାରା ବଢିବ ବୋଲି କହିଛନ୍ତି । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ନୀତେଶ ୱାଧ ୱାନି, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର , କେନ୍ଦୁଝର ଏସପି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.