ସମ୍ବଲପୁର:୧୯/୮(ସତ୍ୟାନ୍ୟୁଜ) ସମ୍ବଲପୁରରେ ପୋଲିସ୍ ଏନ୍ କାଉଣ୍ଟର।। ହତ୍ୟା ଅଭିଯୁକ୍ତ ଆହତ।। ପିସ୍ତଲ୍ ଗୁଳି ଜବତ।। ଅନ୍ୟ ଜଣେ ଫେରାର।
ସମ୍ବଲପୁର:୧୯/୮(ସତ୍ୟାନ୍ୟୁଜ) ଆଜି ସକାଳେ ଧନୁପାଲି–ଧୁମା ରାସ୍ତାର ସାମନ୍ତରାୟ କଲ୍ୟାଣ ମଣ୍ଡପ ନିକଟରେ ପୁଲିସ ଏନକାଉଣ୍ଟରରେ ଜଣେ ହତ୍ୟା ଅଭିଯୁକ୍ତ ଆହତ ହୋଇଛି। ଆହତ ଅପରାଧୀ ନିକଟରୁ ଏକ ପିସ୍ତଲ୍ ଏବଂ ଗୁଳି ଜବତ ହୋଇଛି।
ସୋମବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଯୁବକ ମହମ୍ମଦ ସମଦ୍ ଏବଂ ମହମ୍ମଦ ୱାସିମ୍ ଧନୁପାଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛାତିରେ ଛୁରି ମାରି ହତ୍ୟା କରି ଫେରାର ହୋଇ ଯାଇଥିଲେ।
ଆଜି ପ୍ରାୟ ସକାଳ ୫ଟା ବେଳେ ପୁଲିସ ସେମାନଙ୍କ ବାବଦରେ ଖବର ପାଇ ଚଢାଉ କରିଥିଲା। ପୋଲିସ୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କଲାବେଳେ ସେମାନେ ପୋଲିସ୍ ଉପରକୁ ଗୁଳି ଚଳାଇ ଥିଲେ। ତାହାର ପ୍ରତିକ୍ରିୟାରେ ପୁଲିସ ମଧ୍ୟ ୨ ରାଉଣ୍ଡ ଗୁଳି ଚଲାଇଥିଲା। ଗୁଳି ବିନିମୟରେ ମହମ୍ମଦ ସମଦ ଡାହାଣ ଆଣ୍ଠୁ ତଳେ ଗୁଳି ବାଜିଥିଲା। ପରେ ପୋଲିସ ତାଙ୍କୁ ଧରି ହସ୍ପିଟାଲ୍ ପଠାଇ ଥିଲେ। ଅନ୍ୟ ଅଭିଯୁକ୍ତ ମହମ୍ମଦ ୱାସିମ୍ ଫେରାର ହୋଇ ଯିବାରେ ସଫଳ ହୋଇଛି। ପୁଲିସ ୱାସିମ୍ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।