ରାଉରକେଲା : ଆର୍ ଏମ୍ ସି କମିଶନରଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ।। ସେନ୍ସରୀ ପାର୍କ ଏବଂ ପାର୍କିଂ ସ୍ଥଳ ପରିଦର୍ଶନ।

0 205

ରାଉରକେଲା:୧୮/୮(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ଆଜି ବାଲୁଘାଟ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ପରିଚାଳନା କାର୍ଯ୍ୟରେ ନିଯୁକ୍ତ ଏସଏଚଜି ମହିଳାଙ୍କ ସହ ଆଲୋଚନା କରି ସମସ୍ତ କାର୍ଯ୍ୟ ପ୍ରଣାଳୀ ବିଷୟରେ ଅବଗତ ହୋଇଥିଲେ। କାମ କରୁଥିବା ସମୟରେ ନିଜର ସୁରକ୍ଷା ପାଇଁ ବ୍ୟକ୍ତିଗତ ସୁରକ୍ଷା ସାଧନ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହ କର୍ମଚାରୀମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି କି ନାହିଁ , ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି କି ନାହିଁ ସେ ବାବଦରେ ପଚାରି ବୁଝିଥିଲେ।
କମିଶନର ଶ୍ରୀମତୀ ଦସ୍ତଗିର୍ ଆଜି ସେନ୍ସରି ପାର୍କ ମଧ୍ୟ ପରିଦର୍ଶନ କରିଥିଲେ। ପାର୍କ ର ରକ୍ଷଣାବେକ୍ଷଣ , ବିଦ୍ୟୁତ୍ କରଣ ଏବଂ ବିଉଟିଫିକେସନ୍ ଉପରେ ସେ ଗୁରୁତ୍ବ ଦେଇଥିଲେ। ପରେ ଟ୍ରାଫିକ ଗେଟ୍ ନିକଟରେ ଥିବା ପାର୍କିଂ ସ୍ଥଳ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.