ରାଉରକେଲା : ରାଉରକେଲା , ସୁନ୍ଦରଗଡ଼ ସମେତ ୮ ଟି ସ୍ଥାନରେ ଭିଜିଲାନ୍ସ ରେଡ୍।। ଜଳସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କ ଠିକଣାରେ ରେଡ୍।
ରାଉରକେଲା:୧୮/୮(ସତ୍ୟାନ୍ୟୁଜ) ରାଉରକେଲା , ସୁନ୍ଦରଗଡ଼ ସମେତ ୮ ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ ଟି ଠିକଣାରେ ଏକ କାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ନଗରରେ ଥିବା ଦୁଇ ମହଲା କୋଠା ଏବଂ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ତିନି ମହଲା କୋଠାରେ ମଧ୍ୟ ଚଢ଼ଉ ଜାରି ରହିଛି। ଭିଜିଲାନ୍ସ ର ଏକ ଟିମ ଘରେ ସମସ୍ତ କାଗଜ ପତ୍ର ଯାଞ୍ଚ କରୁ ଛନ୍ତି । ସୁନ୍ଦରଗଡ଼ରେ ଶ୍ରୀ ବେହେରାଙ୍କ ସମ୍ପର୍କୀୟ ରହୁଛନ୍ତି। ଶ୍ରୀ ବେହେରା ସୁନ୍ଦରଗଡ଼ ଆଇଟିଡିଏ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ସେହି ସମୟରେ ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତି ର ଅଭିଯୋଗ ହୋଇଥିଲା । ସମସ୍ତ ବିଭାଗୀୟ କାର୍ଯ୍ୟ ନିଜେ ଠିକା କରିବା ସହ ଅନେକ ପୁରୁଣା କାମ ରେ ଚୂନ ମାରି ନୂଆ କାମ ଦେଖାଇ ଲକ୍ଷାଧିକ ଟଙ୍କା ବିଲ କରି ଉଠାଇ ନେବା ଭଳି ଅଭିଯୋଗ ମାନ ରହିଥିଲା । ଏପର୍ଯ୍ୟନ୍ତ ଚଢାଉ ର ସବିଶେଷ ବିବରଣୀ ମିଳି ନଥିଲେ ମଧ୍ୟ ୧ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଏହାଛଡା ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଫ୍ଲାଟ୍ , କୋଠା ବାଡ଼ି ଭିଜିଲାନ୍ସ ଟିମ୍ ଠାବ କରି ଯାଞ୍ଚ ଜାରି ରଖିଛନ୍ତି।