ରାଜଗାଙ୍ଗପୁର : ଡାକବଙ୍ଗଳା ପରିସରରେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ନିର୍ମମ ହତ୍ୟା।। ଅଭିଯୁକ୍ତ ଯୁବକକୁ କାବୁ କଲା ପୋଲିସ।

0 597

ରାଜଗାଙ୍ଗପୁର:୧୮/୮(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଡାକ ବଙ୍ଗଳା ପରିସରରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଡାକ ବଙ୍ଗଳାରେ କାର୍ଯ୍ୟରତ ଜଣେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା କରିଛି ଜଣେ ଯୁବକ। କର୍ମଚାରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ସେଠାରେ ଉନ୍ମତ୍ତ ହୋଇ ଆତଙ୍କ ଖେଳାଇ ଦେଇଥିଲେ। ଖବର ପାଇ ରାଜଗାଙ୍ଗପୁର ଥାନା ପୋଲିସ୍ ସେଠାରେ ପହଞ୍ଚି ବହୁ କଷ୍ଟରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ହତ୍ୟାକାଣ୍ଡର କାରଣ ମଧ୍ୟ ଜଣା ପଡି ନାହିଁ। ତେବେ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଠିକ୍ ଅଛିକି ନାହିଁ ତା ଯାଞ୍ଚ କରା ଯାଉଛି। ପୋଲିସ୍ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.