ରାଉରକେଲା : ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଫାଷ୍ଟ ଫୁଡ୍ ଦୋକାନ ରୁ ବିପୁଳ ପରିମାଣର ବେଆଇନ୍ ବିଦେଶୀ ମଦ ଜବତ।। ଜଣେ ଗିରଫ ।
ରାଉରକେଲା:୧୮/୮(ସତ୍ୟାନ୍ୟୁଜ) ବନ୍ଧମୁଣ୍ଡା ତିଲକାନଗରର ସୋନୁ ଫାଷ୍ଟ ଫୁଡ୍ ଦୋକାନ। ସନ୍ଧ୍ୟା ହେଲେ ଏହି ଦୋକାନରେ ବେଶ ଭିଡ ହୁଏ। ସମସ୍ତେ କହନ୍ତି ଖାଦ୍ୟ ଟେଷ୍ଟ ବହୁତ୍ ଭଲ। ହେଲେ ଫାଷ୍ଟ ଫୁଡ୍ ସହ ଏଠାରେ କେତେକ ଲିମିଟେଡ ଗ୍ରାହକଙ୍କୁ ଦିଆ ଯାଇଥାଏ ବିଦେଶୀ ମଦ। କେତେକ ଗ୍ରାହକ ମଦ ସହ ଫାଷ୍ଟ ଫୁଡ୍ ପାଇ ବେଶ୍ ଏନଜୟ୍ କରନ୍ତି। କିନ୍ତୁ ରବିବାର ସନ୍ଧ୍ୟାରେ ଏଠାରେ ଚଢାଉ କଲେ ବନ୍ଧମୁଣ୍ଡା ଥାନା ପୋଲିସ୍। ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ଖମାରୀ ଙ୍କ ନେତୃତ୍ବରେ ଏହି ଚଢାଉ ସଫଳ ମଧ୍ୟ ହୋଇଥିଲା। ପୋଲିସ୍ ଫାଷ୍ଟ ଫୁଡ୍ ଦୋକାନ ପଛ ଘରୁ ଜବତ କରିଥିଲା ପ୍ରାୟ ୫୧ ଲିଟର ବିଦେଶୀ ମଦ। ଗ୍ରାହକଙ୍କୁ ଫାଷ୍ଟ ଫୁଡ୍ ସହ ମଦ ଦେବାକୁ ରଖା ଯାଇଥିଲା ଏହି ଷ୍ଟକ୍। ତେବେ ବନ୍ଧମୁଣ୍ଡା ଅଞ୍ଚଳରେ ବହୁଳ ପରିମାଣରେ ବେଆଇନ୍ ମଦ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଏହା ରୋକିବାକୁ ସେପରି କୌଣସି ପଦକ୍ଷେପ ନିଆ ଯାଉ ନଥିବା ଅଭିଯୋଗ ହେଉଛି। ମାତ୍ର ସ୍ଥାନୀୟ ପୋଲିସ୍ ର ତତ୍ପରତା ଯୋଗୁଁ ଏତେ ପରିମାଣର ବେଆଇନ୍ ମଦ ଜବତ ହୋଇ ପାରିଥିବା ଚର୍ଚ୍ଚା ହେଉଛି।