ବଣାଇ : ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ରୁ ବଣାଇ ବଞ୍ଚିତ।। ଆନ୍ଦୋଳନ ଧମକ ଦେଲା ବିଜେଡି।। ନିଷ୍ପତ୍ତି ର ପୁନର୍ବିଚାର ଦାବି।
ବଣାଇ : ୧୭/୮(ସତ୍ୟାନ୍ୟୁଜ) ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ରୁ ବଣାଇ ବଞ୍ଚିତ ନେଇ ଜନ ଅସନ୍ତୋଷ। ହକ୍ ପାଇଁ ଲଢିବ ବିଜେଡି ।
ଓଡିଶା ର ମୁଖ୍ୟମନ୍ତ୍ରୀ ୧୨ ଗୋଟି ନୂତନ ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ସହିତ ସରକାର ଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି l ପୂର୍ବ ତାଲିକା ଅନୁଯାୟୀ ବଣାଇ ଏହି ଯୋଗ୍ୟତା ପାଇବା ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିବା ନେଇ ବିଜେଡି ଆଜି ସିଧା ସଳଖ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି l ବିଜୁ ଜନତା ଦଳ ବଣାଇ ନିର୍ବାଚନମଣ୍ଡଳୀ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି। ସବୁ ମାପଦଣ୍ଡ ଯଥା ପ୍ରସ୍ତାବିତ ଅଞ୍ଚଳରେ ଲୋକ ସଂଖ୍ୟା ଦଶ ହଜାର ରୁ ଉର୍ଦ୍ଧ୍ଵ ରହିଛି। ଶତକଡା ୭୫ ପ୍ରତିଶତ କୃଷି ଛାଡି ଅନ୍ୟ କାର୍ଯ୍ୟ କରୁଥିବାରୁ ଏଥି ପାଇଁ ବଣାଇ ସମ୍ପୂର୍ଣ୍ଣ ଯୋଗ୍ୟ। ଆଜି ରାଜନୈତିକ ପଶାପାଲି ରେ ବଣାଇ ବଳି ପଡି ଯାଇଥିବା ଅଭିଯୋଗ ହେଉଛି। ସଂପୂର୍ଣ୍ଣ ଯୋଗ୍ୟତା ଥାଇ ଉପେକ୍ଷା କୁ ସାଧାରଣ ଜନତା ବରଦାସ୍ତ କରିବେ ନାହିଁ । ଏହାର ପୁନର୍ବିଚାର ନ କଲେ ସାଧାରଣ ଜନତା ଙ୍କ ସହିତ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପଛାଇବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେଡି।