ରାଉରକେଲା : ପାନପୋଷ ରାମ ମନ୍ଦିର ରେ ଜନ୍ମାଷ୍ଟମୀ ମହୋତ୍ସବ ସମ୍ପନ୍ନ।। ସପରିବାର ଯୋଗ ଦେଲେ ଡିଆଇଜି ବ୍ରିଜେଶ ରାଏ।

0 233

ରାଉରକେଲା:୧୭/୮(ସତ୍ୟାନ୍ୟୁଜ) ରାଉରକେଲା ସହରରେ ଜନ୍ମାଷ୍ଟମୀ ପାଳନକୁ ନେଇ ବିଭିନ୍ନ ରାଧାକୃଷ୍ଣ ମନ୍ଦିର ସହିତ ଅନ୍ୟାନ୍ୟ ମନ୍ଦିରରେ ଭଜନ ସନ୍ଧ୍ୟା ଓ ପୂଜା-ଅର୍ଚ୍ଚନାର ଆୟୋଜନ ହୋଇଛି।
ଏହାର ଅଂଶ ସ୍ଵରୂପ ପାନପୋଷ ରାମ ମନ୍ଦିର ପରିସରକୁ ବିଶେଷ ଭାବରେ ବିଭିନ୍ନ ରଙ୍ଗୀନ ଲାଇଟ୍ ଓ ଫୁଲରେ ସଜାଯାଇଥିଲା। ସନ୍ଧ୍ୟା ସମୟରେ ସ୍ଥାନୀୟ ଭଜନ ଗାୟକଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଓ ଅନ୍ୟାନ୍ୟ ଦେବଦେବୀଙ୍କ ଉପରେ ଆଧାରିତ ଭଜନର ଆୟୋଜନ କରା ଯାଇଥିଲା।

ମନ୍ଦିର ପୁଜାରୀଙ୍କ ଦ୍ୱାରା ବିଧିବତ ପୂଜା-ଅର୍ଚ୍ଚନା କରାଯାଇଥିଲା।
ଏହି ଅବସରରେ ପଶ୍ଚିମାଞ୍ଚଳ ପୁଲିସ୍‌ ଡିଆଇଜି ବ୍ରିଜେଶ ରାୟ ସପରିବାର ମନ୍ଦିରରେ ପହଞ୍ଚି, ରାଧାକୃଷ୍ଣ ସହ ରାମ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ରାମ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଡିଆଇଜି ସପରିବାର କିଛି ସମୟ ପର୍ଯ୍ୟନ୍ତ ଭଜନ ସନ୍ଧ୍ୟାରେ ବସି ଭଜନର ଆନନ୍ଦ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ରଘୁନାଥ ଜୀଉ ଟ୍ରଷ୍ଟ ବୋର୍ଡ ର ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି, ତ୍ରିଲୋକନାଥ ଶୁକ୍ଲ, ଛଗନଲାଲ ଜୟସୱାଲ, ରାମାକାନ୍ତ ପାଣ୍ଡେ, ପବନ ଜଲାନ, ବିଜୟନନ୍ଦ ଅଗ୍ରୱାଲ, ଉତ୍ତମ ପ୍ରସାଦ ଅଗ୍ରୱାଲ, ସନ୍ତୋଷ କୁମାର, ଶୈଳେନ୍ଦ୍ର ତିୱାରୀ, ପାରସ ସାହୁ, ଲଲିତ ଗୋୟଲ, ସମିତ ଭୀମ ଜେନ୍, ରଞ୍ଜିତ ଝା, ଗଣେଶ ଜୟସୱାଲ, ହାର୍ମୋନ ମହାପାତ୍ର, ଅମନ ସିଂହା, ସଞ୍ଜୟ ପ୍ରସାଦ, ରମେଶ ଅଗ୍ରୱାଲ, ବବନ ମହାରାଜ, ଶୁଭଙ୍କର, ଅର୍ଜୁନ ସିଂ ସହ ଅନ୍ୟାନ୍ୟ ସଦସ୍ୟମାନଙ୍କର ସକ୍ରିୟ ଯୋଗଦାନ ରହିଥିଲା।

ଜନ୍ମାଷ୍ଟମୀ ମହୋତ୍ସବକୁ ନେଇ ରାମ ମନ୍ଦିର ପରିସରରେ ଭକ୍ତମାନଙ୍କର ବିଶେଷ ଭିଡ଼ ଦେଖିବାକୁ ମିଳିଥିଲା। ଭଜନ ସନ୍ଧ୍ୟା ପରେ କୃଷ୍ଣ ଜନ୍ମୋତ୍ସବ ଅବସରରେ ମନ୍ଦିର ପରିସରରେ ମହିଳାମାନଙ୍କର ଅଧିକ ସମାଗମ ଦେଖା ଯାଇଥିଲା।

Leave A Reply

Your email address will not be published.