ସୁନ୍ଦରଗଡ଼ : ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ୍ ର ଚଢାଉ।। ୧୪ ଗିରଫ।। ୨୦ କାର , ୧୭ ବାଇକ୍ ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ।
ବଡ଼ ଧରଣ ର ଜୁଆ ଆଡ୍ଡା ଉପରେ ପୁଲିସ ର ଚଢ଼ଉ । ୧୪ ଗିରଫ।
*୨୦ କାର, ୧୭ ବାଇକ୍, ୨୦ ମୋବାଇଲ ଫୋନ୍ ଜବତ।
*ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ ।
ସୁନ୍ଦରଗଡ଼:୧୭/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ପଛ ପଟ ଫୁଟବଲ ପଡ଼ିଆରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢାଉ କାର ୧୪ ଜଣଙ୍କୁ ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ବିଭିନ୍ନ ନାମୀ କମ୍ପାନୀର ୨୦ ଟି ଦାମୀ କାର ସହ ୧୭ ଟି ମୋଟର ସାଇକେଲ ୨୦ ଟି ମୋବାଇଲ ଫୋନ୍ ଜବତ କରିଛି। ଏହି ଜୁଆ ଖେଳରେ ବହୁ ବ୍ୟବସାୟୀ ସଂଶ୍ଳିଷ୍ଟ ଥିବା ଜଣା ପଡିଛି। ପୋଲିସ୍ ଜୁଆରେ ବ୍ୟବହୁତଵ୍ସାମଗ୍ରୀ ଜବତ କରିବା ସହ ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରି ତାଙ୍କ ଠାରୁ ୧ ଲକ୍ଷ ୧ ହଜାର ୩୪୦ ଟଙ୍କା ଜବତ କରିଛି । ଗତକାଲି ସେଠାରେ ମେଲଣ ଯାତ୍ରା ଥିଲା । ମେଲଣ ଯାତ୍ରାରେ ସେଠାରେ ପ୍ରତି ବର୍ଷ ଏପରି ଜୁଆ ଖେଳ ହେଉଥିବା ଜଣାପଡିଛି । ତେବେ ଏତେ ସଂଖ୍ୟକ ଦାମୀ କାର , ବାଇକ୍ ଆଦି ଜବତ ହୋଇ ଥିବାରୁ ଖେଳରେ ଅଧିକ ଟଙ୍କା ଲାଗିଥିବା ପୋଲିସ୍ ଅନୁମାନ କରୁଛି। ପୋଲିସ୍ ର ରେଡ୍ ବେଳେ ଜୁଆ ଖେଳୁଥିବା କେତେକ ବ୍ୟକ୍ତି ଫେରାର ହୋଇ ଯାଇଥିଲେ। ସମ୍ଭବତଃ ସେମାନେ ଟଙ୍କା ନେଇ ପଳାଇ ଥିବା ସନ୍ଦେହ କରା ଯାଉଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।