ରାଉରକେଲା:୧୬/୮(ସତ୍ୟାନ୍ୟୁଜ) ଆଜି ଅପରାହ୍ନରେ ଦୁଇଟି ପୃଥକ୍ ଦୁର୍ଘଟଣାରେ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥ ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ଏକ ଟାଇଲ ବୋଝେଇ ପିକ ଅପ୍ ଭ୍ୟାନ ଓଲଟି ପଡିବାରୁ ଡାଲା ଉପରେ ବସିଥିବା ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ଦୁଇ ଜଣ ଙ୍କ ମୃତ୍ୟ ହୋଇଥିବା ବେଳେ ଚାଳକ ଗୁରୁତର ଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଏକ ଟାଇଲ ବୋଝେଇ ଗାଡି ରାଉରକେଲା ରୁ ବଣାଇଁ ଆଡେ ଆସୁଥିଲା । କୌଣସି କାରଣରୁ ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଗୁରୁତର ଆମ୍ବୁଲାନ୍ସ ଯୋଗେ ଲହୁଣୀପଡ଼ା ଡାକ୍ତରଖାନା ନିଆଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି।
ଅନ୍ୟ ଏକ ଘଟଣାରେ ବଣାଇ ଥାନାର ଇନ୍ଦ୍ରପୁର ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ ରାଉରକେଲା ସ୍ଥାନାନ୍ତର କରା ଯାଇଛି।