ରାଉରକେଲା : ୭୯ ତମ ସ୍ବାଧିନତା ଦିବସ ରାଉରକେଲା ରେ ପାଳିତ।। ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ଆରଡିସି।

0 141

ରାଉରକେଲାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲାକୁ  ଏକ ସ୍ବଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ  : ଶ୍ରୀ ସଚିନ ଜାଧବ

ରାଉରକେଲା:୧୫/୮(ସତ୍ୟାନ୍ୟୁଜ) ରାଉରକେଲାର ଉଦିତନଗର ପ୍ୟାରେଡ୍ ପଡ଼ିଆଠାରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l

ଏହି ଅବସରରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ କହିଥିଲେ ଯେ, ରାଉରକେଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି ା ଏହାର ସାମାଜିକ ଚଳଣି ଓ ଭାଇଚାରା ର ପରମ୍ପରା ନିଆରା ରହିଛି  l ରାଉରକେଲାର ସହରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଅନେକ ଯୋଜନା କରଛନ୍ତି l ରାଉରକେଲା ମହାନଗର ନିଗମ ର ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୂଢ ହୋଇ ପାରିଛି l ସହରରେ ସ୍ବଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ତଥା ସ୍ବଚ୍ଛ ରହିବା ସହରକୁ ପରିସ୍କାର ରଖିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହନ ସହିତ ଜନସଚେତନ କରିବା ପ୍ରସଂଶନୀୟ l  ରାଉରକେଲାକୁ  ଏକ ସ୍ବଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ l

ଏହା ବ୍ୟତୀତ ସେ କହିଥିଲେ ଯେ ୨୦୨୩ ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋଲିଗ, ହକି ଇଣ୍ଡିଆ ଲିଗ ରାଉରକେଲାରେ ସଫଳତା ର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ  ହୋଇପାରିଛି l  ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। 

ରିଜର୍ଭ ପୋଲିସର ସମିତ ସାମଲ ଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡ ରେ ୪୯ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ଯ କରା ଯାଇଥିଲା।  ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏଥି ସହ ସ୍କୁଲ ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ଶ୍ରୀ ଜାଧବ ରାଉରକେଲା ମୁଖ୍ୟଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର  ରୋଗୀମାନଙ୍କୁ ଫଳ ଓ ମିଷ୍ଟା ନ୍ନ ବଣ୍ଟନ କରି ଥିଲେ l
ସମାରୋହରେ ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।,ରାଉରକେଲା ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯା ରେ ଜନ ସାଧାରଣ ଉପସ୍ଥିତ ଥିଲେ l

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା  ଓ ଶ୍ରୀକାନ୍ତ ଷଡଙ୍ଗୀ  ପରିଚାଳନା କରିଥିଲେ।

Leave A Reply

Your email address will not be published.