ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲ୍ ରେ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ୱର୍ ଉନ୍ମୋଚିତ।। ୦୬୬୧-୨୪୦୦୧୦୮ ଏବଂ ୮୮୯୫୨୭୭୨୦୫ ଚବିଶ ଘଣ୍ଟା ସେବା ପ୍ରଦାନ କରିବ।

0 224

ରାଉରକେଲା:୧୫/୮(ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ଚିକିତ୍ସାଳୟରେ ୨୪ ଘଣ୍ଟିଆ ହେଲ୍ପଲାଇନ ସୁବିଧା ଖୋଲାଯାଇଛି l   ସ୍ବାଧୀନତା ଦିବସ ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ ଆରଜିଏଚ ପରିସରରେ ଥିବା ହେଲ୍ପ ଡେସ୍କ କୁ ଉଦଘାଟନ କରିଥିଲେ l ହେଲ୍ପଲାଇନ ନମ୍ବର 0661-2400108 ସକାଳ ୮ ଘଟିକାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଉପଲଵ୍ଧ ରହିବ l ସେହିପରି 8895277205 ମୋବାଇଲ ନମ୍ବର ସାଧାରଣ ଜନତା ପାଇଁ ୨୪ ଘଣ୍ଟା ସେବା ପ୍ରଦାନ କରିବ l

ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଦୀନା ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ଶ ବିଜୟ କୁମାର ନାୟକ ଓ ଆରଜିଏଚର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.