ଜାମ୍ମୁ କାଶ୍ମୀର : କିସ୍ତୱାଡ ବାଦଲ ଫଟା ଜନିତ ମୃତ୍ୟୁ ସଂଖ୍ୟା ୬୦ ପହଞ୍ଚିଲା।। ଉଦ୍ଧାର କାର୍ଯ୍ୟ ଜାରି।। ବହୁ ଲୋକ ନିଖୋଜ।

0 175

କିସ୍ତୱାଡ ବାଦଲଫଟା ବର୍ଷା ମୃତ୍ୟୁ ସଂଖ୍ୟା ୬୦ ରେ ପହଞ୍ଚିଲା। ଉଦ୍ଧାର କାର୍ଯ୍ୟ ଜାରି।
କିସ୍ତୱାଡ: ୧୬/୮(ସତ୍ୟାନ୍ୟୁଜ) ଜାମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଛାସୋଟି ଗାଁରେ ଭୟାବହ ବାଦଲ ଫଟା ବର୍ଷା ଯୋଗୁଁ ଅତି କମ୍ ରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକେ ନିଖୋଜ ହୋଇଛନ୍ତି। ଏହି ଦୁର୍ଘଟଣା ମଚୈଲ୍ ମାଟା ଯାତ୍ରା ରୁଟ୍ ଉପରେ ଘଟିଥିଲା । ଦୁର୍ଘଟଣାରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ଭାସି ଯାଇଥିଲେ। ଅନେକ ଘର କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା।
ସେନା, ସିଆରପିଏଫ୍, ଜାମ୍ମୁ କାଶ୍ମୀର ପୋଲିସ୍, ଏସଡିଆରଏଫ୍ ଏବଂ ସିଭିଲ୍ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଛୋଟ ପିଲା, ମହିଳା ଓ ବୃଦ୍ଧଙ୍କୁ ବିଶେଷ ଗୁରୁତ୍ୱ ଦେଇ ଖାଦ୍ୟ ଓ ଔଷଧ ଯୋଗାଇ ଦିଆ ଯାଉଛି।

ଆଇଜି ପୋଲିସ୍ , ଜାମ୍ମୁ ବି.ଏସ୍. ଟୁଟି, ଡିଭିଜନାଲ୍ କମିଶନର୍ ରମେଶ କୁମାର, ଡିଆଇଜି ଶ୍ରୀଧର ପାଟିଲ୍, ଜିଲ୍ଲାପାଳ ପଙ୍କଜ କୁମାର ଶର୍ମା ଓ ଏସପି ନରେଶ ସିଂହ ଘଟଣା ସ୍ଥଳରେ ସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସେମାନେ ଆଥୋଲି ହସ୍ପିଟାଲ୍ ଯାଇ ଆହତଙ୍କୁ ଦେଖିଥିଲେ ଏବଂ ତାଙ୍କର ଚିକିତ୍ସାରେ ସମସ୍ତ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବ୍ଦୁଲ୍ଲା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳର ସମୀକ୍ଷା କରିଛନ୍ତି ଏବଂ ପୀଡ଼ିତ ପରିବାରମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି। ନିଖୋଜଙ୍କୁ ଖୋଜିବା ଓ ପ୍ରତ୍ୟେକ ପରିବାରକୁ ସାହାଯ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ କହିଛି ।

Leave A Reply

Your email address will not be published.