ରାଉରକେଲା : ହନୁମାନ ବାଟିକା ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା।। ୫ ଆହତ , ଛାତ୍ରୀଙ୍କ ସମେତ ୨ ଗୁରୁତର । ହାଇବା ପିଟିଲା କାର , ଅଟୋ , ବାଇକ୍ , ସ୍କୁଟି କୁ।

0 1,895

ରାଉରକେଲା:୧୫/୮(ସତ୍ୟାନ୍ୟୁଜ) ରାଉରକେଲା ହନୁମାନ ବାଟିକା ସାମ୍ନା ଗେଟ୍ ନିକଟରେ ଆଜି ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଘରୋଇ କମ୍ପାନୀରୁ ଫ୍ଲାଏ ଆସ୍ ଲୋଡ଼ କରି ଆସୁଥିବା ହାଇବା ଗାଡ଼ି ଘଟାଇଛି ସିରିଜ୍ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣ ଆହତ ହୋଇ ଥିବା ବେଳେ ଜଣେ ଛାତ୍ରୀଙ୍କ ସମେତ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପ୍ରଥମେ ହାଇବା ଗାଡ଼ି ଏକ ସ୍କୁଟି କୁ ପିଟିଲା ପରେ ଏକ ବାଇକ୍ ଉପରେ ଚଢ଼ାଇ ଦେଇଥିଲା। ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଗାଡ଼ି ନେଇ ପଳାଉଥିବା ବେଳେ ଗୋଟିଏ କାର ଏବଂ ଗୋଟିଏ ଅଟୋ କୁ ଧକ୍କା ମାରିଥିଲା। ସ୍ଥାନୀୟ ଲୋକେ ଏବଂ ପୋଲିସ୍ ହାଇବା ଗାଡିକୁ ଧରି ଥିବା ବେଳେ ଡ୍ରାଇଭର କୁ ଗିରଫ କରିଛନ୍ତି। ସ୍କୁଟି କୁ ହାଇବା ପ୍ରାୟ ୧୦୦ ଫୁଟ୍ ଘୋଷାଡି ନେଇଥିବା ବେଳେ ଏକ ବାଇକ୍ କୁ ମଧ୍ୟ ପିଟିଥିଲା। ବାଇକ୍ ରେ ସମ୍ବଲପୁରର ଜଣେ ଯୁବକ ଏବଂ ନୂଆଗାଁ ଚିତାପେଡ଼ିର ଜଣେ ଯୁବକ ଥିଲେ। ବାଇକ୍ ରେ ଥିବା ଜଣେ ଯୁବକ ଗୁରୁତର ଅଛନ୍ତି। ସେହିପରି ସ୍କୁଟି ରେ ଯାଉଥିବା ବାପ ଝିଅଙ୍କ ମଧ୍ୟରୁ ଝିଅର ଅବସ୍ଥା ଗୁରୁତର ଅଛି। ଝିଅ ଦିବ୍ୟଶ୍ରୀ ମହାକୁଡଙ୍କୁ ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ବାପା ତୁଷାର ମହାକୁଡ ଙ୍କ ମଧ୍ୟ ସେଠାରେ ଚିକିତ୍ସା ଚାଲିଛି। ତୁଷାର ମହାକୁଡ ଉଦିତ ନଗର ଅର୍ବାନ କୋ-ଅପରଟିଭ ବ୍ୟାଙ୍କ୍ ରେ କାମ କରୁଥିବା ବେଳେ ଝିଅ ଦିବ୍ୟଶ୍ରୀ ଦୂତୀୟ ବର୍ଷ ଡିପ୍ଲୋମା ଛାତ୍ରୀ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପଠାଇବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ଆଜି ଜନ୍ମାଷ୍ଟମୀ ଏବଂ ସ୍ଵାଧୀନତା ଦିବସ ଥିବାରୁ ହନୁମାନ ବାଟିକା ରାସ୍ତାରେ ପ୍ରବଳ ଭିଡ ଥିଲା।

Leave A Reply

Your email address will not be published.