ସୁନ୍ଦରଗଡ଼ : ପ୍ରେମିକ ଏବଂ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ସ୍ତ୍ରୀ ହତ୍ୟା କଲେ ସ୍ବାମୀଙ୍କୁ।। ସ୍ତ୍ରୀ ସହ ଦୁଇ ଯୁବକ ଗିରଫ।

0 3,052

ସୁନ୍ଦରଗଡ଼:୧୩/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ମିଶନ୍ ରୋଡ଼ ନିକଟ ହରିଓଁ କଲୋନୀରେ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରିବା ଘଟଣାର ନୂଆ ମୋଡ଼। ସ୍ତ୍ରୀ ଉର୍ମିଳା କେରକେଟା, ସ୍ବାମୀ ଧ୍ରୁବ କେରକେଟାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ସତ। ମାତ୍ର ଏହି ଘଟଣାରେ ଆଉ ଦୁଇ ଯୁବକ ସଂଶ୍ଲିଷ୍ଟ ଥିବା ପୋଲିସ୍ ଜାଣିବାକୁ ପାଇଛି। ଦୁଇ ଯୁବକଙ୍କ ମଧ୍ୟରେ ଜଣଙ୍କ ସହ ଉର୍ମିଳାଙ୍କ ସମ୍ପର୍କ ଥିବା ଜଣା ପଡିଛି।
ପ୍ରଥମିକ ତଦନ୍ତରେ ଅନୈତିକ ସମ୍ପର୍କ ହତ୍ୟା ପଛରେ କାରଣ ବୋଲି ପୋଲିସ ସନ୍ଦେହ କରୁଛି।
ଘଟଣା ପୂର୍ବରୁ ଗତକାଲି ରାତିରେ ଯୁବକ ଦୁଇ ଜଣ ଧୃବଙ୍କ ଘର କୁ ଆସିଥିଲେ। ଧ୍ରୁବଙ୍କ ସ୍ତ୍ରୀ ଉର୍ମିଳା ତାଙ୍କ ସ୍ବାମୀଙ୍କୁ ନିଦ ବଟିକା ଖାଇବାକୁ ଦେଇଥିବା ଜଣା ପଡ଼ିଛି। ସ୍ବାମୀ ଶୋଇବା ପରେ ଦୁଇ ଯୁବକ ଘର ଭିତରକୁ ଆସିଥିଲେ। କିଛି ସମୟ ପରେ ଧ୍ରୁବ ଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ତାଙ୍କ ସ୍ତ୍ରୀଙ୍କୁ ଆପତ୍ତି ଜନକ ଅବସ୍ଥାରେ ଯୁବକଙ୍କ ସହ ଦେଖି ଥିଲେ। ଏହା ଦେଖି ଯୁବକ ଦ୍ୱୟ ଏବଂ ଉର୍ମିଳା ଧ୍ରୁବଙ୍କ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି। ଏହା ପରେ ଆଜି ସକାଳେ ଧ୍ରୁବଙ୍କୁ ହସ୍ପିଟାଲ୍ ନେଇ ହତ୍ୟାକୁ ଅନ୍ୟ ରୂପ ଦେବାକୁ ଉର୍ମିଳା ଉଦ୍ୟମ କରିଥିଲେ। ହେଲେ ହସ୍ପିଟାଲ କର୍ମଚାରୀଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ।
ପୋଲିସ ଉର୍ମିଳାଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି। ଘଟଣାରେ ଜଡ଼ିତ ଅନ୍ୟ ଦୁଇ ଯୁବକଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି।

Leave A Reply

Your email address will not be published.