ରାଉରକେଲା : ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ – ମାଓବାଦୀ ଗୁଳି ବିନିମୟ।। ଜଣେ ନକ୍ସଲ ମୃତ।
। ମାଓବାଦୀ – ପୋଲିସ୍ ଗୁଳି ବିନିମୟ। ଗୁଳି ବିନିମୟରେ ଜଣେ ନକ୍ସଲ ଙ୍କ ମୃତ୍ୟୁ। ଏସ ଏଲ ଆର୍ ଜବତ। ଗୋଏଲକେରା କୋଲହାନ୍ ଜଙ୍ଗଲରେ ସୁରକ୍ଷାବଳଙ୍କ ସହ ହୋଇଛି ଗୁଳି ବିନିମୟ।
ରାଉରକେଲା:୧୩/୮(ସତ୍ୟାନ୍ୟୁଜ) ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ଥାନା କ୍ଷେତ୍ରର କୋଲହାନ୍ ଜଙ୍ଗଲରେ ବୁଧବାର ୧୩ ଅଗଷ୍ଟ ସକାଳେ ସୁରକ୍ଷାବଳ ଓ ନକ୍ସଲ ମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଛି।
ଘଟଣାସ୍ଥଳରୁ ସୁରକ୍ଷାବଳ ଏକ SLR ରାଇଫଲ୍ ମଧ୍ୟ ଜବତ କରିଛନ୍ତି। ଏହି ଘଟଣାରେ ଅନ୍ୟାନ୍ୟ କିଛି ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସ୍ୱାଧୀନତା ଦିବସକୁ ନଜରରେ ରଖି କୋଲହାନ୍ ଜଙ୍ଗଲରେ ନକ୍ସଲ ମାନଙ୍କ ସକ୍ରିୟତା ବଢ଼ିଥିଲା। ଏହାକୁ ଦୃଷ୍ଟିରେ ରଖି କିଛି ଦିନ ଧରି ଚାଇବାସା ପୋଲିସ ଓ କୋବ୍ରା ୨୦୯ ବଟାଲିୟନ୍ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖି ଥିଲେ।
ବୁଧବାର ସକାଳେ ଗୋଇଲକେରା ଥାନା କ୍ଷେତ୍ରର ପୋଷେଇତା ବନ ଅଞ୍ଚଳରେ ସୁରକ୍ଷାବଳ ଓ ନକ୍ସଲୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସୁରକ୍ଷା ବଳ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।