ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲ୍ ଏସି ର ତମ୍ବା ପାଇପ୍ ଚୋରି କରିଥିବା ଦୁର୍ବୃତ୍ତ ଗିରଫ।। ଅଭିଯୁକ୍ତ କୁ ଧରିଲେଆରଜିଏଚ ସୁରକ୍ଷା କର୍ମୀ।
ରାଉରକେଲା:୮/୮(ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲ୍ ରୁ ଏଆରକଣ୍ଡିସନ୍ ସିଷ୍ଟମ୍ ର ତମ୍ବା ପାଇପ୍ ଚୋରି କରୁଥିବା ଜଣେ ଦୁର୍ବୃତ୍ତ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡିଛି। ଏହି ଚୋର କୁ ଆର ଜି ଏଚ ର ସୁରକ୍ଷା କର୍ମୀ ମାନେ ଧରି ପୋଲିସ୍ ଜିମା ଦେଇଛନ୍ତି। ଗତକାଲି ରାତିରେ ଏହି ଚୋର ଚନ୍ଦନ ଯାଦବ ତାର ଆଉ ଜଣେ ସାଥୀ ସହ ଡାକ୍ତରଖାନା ଉପରେ ଥିବା ଏସି ତମ୍ବା ପାଇପ କଟିଲା ବେଳେ ଧରା ପଡ଼ିଥିଲା। ଚନ୍ଦନ ର ଅନ୍ୟ ସାଥୀ ଫେରାର ହୋଇ ଯାଇଛି। ସୂଚନାଯୋଗ୍ୟଯେ ଗତ ଶନିବାର ରାତିରେ ସରକାରୀ ହସ୍ପିଟାଲ୍ ଉପରେ ଲାଗିଥିବା ଏସି କପର୍ ପାଇପ୍ କାଟି ଦୁବୃର୍ତ୍ତ ମାନେ ଚୋରି କରି ନେଇଥିଲା। ଫଳରେ ରବିବାର ଦିନ ହସ୍ପିଟାଲ ର ଅଧିକାଂଶ ଏସି ଅଚଳ ହୋଇ ପଡ଼ିଥିଲା। ରଘୁନାଥ ପାଲି ଥାନା ପୋଲିସ ଅଭିଯୁକ୍ତ ଚନ୍ଦନ ଯାଦବ କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ ଚନ୍ଦନ ଆମ୍ବେଦକର ବସ୍ତିରେ ରହେ।