ରାଉରକେଲା : ଷ୍ଟେସନ୍ ପରିସର କାର୍ଯ୍ୟାଳୟରେ ଷ୍ଟେସନ୍ ମ୍ୟାନେଜର ଙ୍କୁ ମାଡ଼ଅଭିଯୋଗ।। ବେଆଇନ୍ ଭେଣ୍ଡରଶିପ୍ କୁ ନେଇ ଗଣ୍ଡଗୋଳ।। ଦୁଇ ଅଟକ ।
ରାଉରକେଲା:୭/୮(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ୍ ମ୍ୟାନେଜର ଙ୍କୁ ଆଜି କିଛି ଭେଣ୍ଡର୍ ଏବଂ ତାଙ୍କ ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଷ୍ଟେସନ୍ ମ୍ୟାନେଜର ଲକ୍ଷ୍ମୀଧର ତ୍ରିପାଠୀ ତାଙ୍କ ନିଜ ଅଫିସ୍ ରେ ଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଟଣା ଓଟରା କରିବା ସହ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଅଭିଯୁକ୍ତ ଷ୍ଟେସନ୍ ରେ ଫୁଡ୍ ପ୍ଲାଜା ନାମକ ଏକ ସଂସ୍ଥା ସହ ଜଡ଼ିତ। ୧ ନମ୍ୱର୍ ପ୍ଲାଟଫର୍ମ ରେ ଟ୍ରେନ୍ କମ୍ ଆସୁଥିବାରୁ ସେମାନଙ୍କ ବ୍ୟବସାୟ ଠିକ୍ ହେଉ ନଥିବା ଦର୍ଶାଇଛନ୍ତି ଯୁବକ ଦ୍ୱୟ। ଏଥି ପାଇଁ ସେମାନେ ଷ୍ଟେସନ୍ ମାଷ୍ଟର ଙ୍କୁ ପଚାରିବାକୁ ଆସି ଥିବା ବେଳେ ବିବାଦ ଦେଖା ଦେଇ ଗଣ୍ଡ ଗୋଳ ହୋଇଥିଲା। ପରେ ଦୁଇ ଜଣ ଯୁବକ ତାଙ୍କ ମାଡ଼ ମାରିଥିବା ଷ୍ଟେସନ୍ ମାଷ୍ଟର ଜିଆରପି ଥାନାରେ ଅଭିଯୋଗ କରିଛନ୍ତି। ରେଲୱେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି। ଅନ୍ୟପକ୍ଷରେ ବେଆଇନ୍ ଭେଣ୍ଡର୍ ସିଷ୍ଟମ୍ କୁ ସେ ବନ୍ଦ କରିବା ଉଦ୍ୟମ କରୁଥିବାରୁ ତାଙ୍କ ମାଡ଼ ମରା ଯାଇଥିବା ଅଭିଯୋଗ କରିଛନ୍ତି ଷ୍ଟେସନ୍ ମ୍ୟାନେଜର ଲକ୍ଷ୍ମୀଧର ତ୍ରିପାଠୀ।