ରାଉରକେଲା : ୧୦ ଟି ବେଆଇନ୍ ପିସ୍ତଲ୍ ଜବତ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍।। ଚୋରା ବନ୍ଧୁକ ବିକ୍ରି ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍।
ରାଉରକେଲା:୭/୮(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା। ପୋଲିସ୍ ଏକ ବଡ଼ ଧରଣର ଫାୟାର ଆର୍ମ୍ସ ରାକେଟ ର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଥାନା ପୋଲିସ୍ ଚଢାଉ କରି ୧୦ ଟି ଅଟୋମେଟିକ୍ ପିସ୍ତଲ୍ ଜବତ କରିବା ସହ ଜଣେ ବେଆଇନ୍ ଅଗ୍ନେୟାସ୍ତ୍ର ଡିଲର୍ ଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚୋରା ଅସ୍ତ୍ର କାରବାରରେ ଲିପ୍ତ ବ୍ୟକ୍ତିଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମଲା ରହିଛି। ଅଭିଯୁକ୍ତ ବାହାର ରାଜ୍ୟର ଏବଂ ପଡୋଶୀ ରାଜ୍ୟ ବିହାର ଏବଂ ଝାଡ଼ଖଣ୍ଡ ରୁ ପିସ୍ତଲ୍ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲେ। କିଛି ଦିନ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଗୁଳି ଫୁଟାଇ ଅପରାଧ ହୋଇ ଥିବାରୁ ରାଉରକେଲା ଏସପି ନୀତେଶ ୱାଧୱାନି ଏହା ଉପରେ ନଜର ରଖିଥିଲେ। ଚୋରା ପିସ୍ତଲ୍ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଏସପି ବିଭିନ୍ନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ।