ରାଉରକେଲା: ଗଞ୍ଜେଇ ଚାଲାଣକାରୀ କୁ ଗିରଫ କଲେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍।। ୪ କେଜି ଗଞ୍ଜେଇ ଜବତ।

0 274

ରାଉରକେଲା:୬/୮(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଜଣେ ଗଞ୍ଜେଇ ଚାଲାଣ
କାରୀ କୁ ଗିରଫ କରିବା ସହ ୪ କେଜି ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ମୁନା କୁମାର ସାହା ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ପୋଲିସ ମହତାବ ରୋଡ ନିକଟ ଇଦଗା ମଇଦାନ ପଛ ପଟେ ତାକୁ କାବୁ କରି ନେଇଥିଲେ। ମୁନା ମୂଳତଃ ବିହାର ରାଜ୍ୟର ହୋଇ ଥିବା ବେଳେ ଏଠାରେ ଉଦିତ ନଗର ଥାନା ଅଞ୍ଚଳରେ ରହୁ ଥିଲା। ପୂର୍ବରୁ ଅଭିଯୁକ୍ତ ନାଁ ରେ ରେଲୱେ ଥାନା ଏବଂ ପ୍ଲାଣ୍ଟ ସାଇଟ୍ ଥାନାରେ ଅନେକ ମାମଲା ରହିଛି। ପୋଲିସ୍ ଗଞ୍ଜେଇ ଚାଲାଣ ଉପରେ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.