ବଣାଇ : ସ୍କୁଟି କୁ ଧକ୍କା ଦେଲା ଟ୍ରାକ୍ଟର।। ସ୍କୁଟି ଚାଳକ ଗୁରୁତର।। ରାଉରକେଲା ସ୍ଥାନାନ୍ତର।

0 512

ବଣାଇ: ୬/୮(ସତ୍ୟାନ୍ୟୁଜ) ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର -ଗୁରୁଣ୍ଡିଆ ପୂର୍ତ୍ତ ବିଭାଗ ରାସ୍ତାର ଜୀବିକା ନିକଟରେ ଟ୍ରାକଟର ଧକ୍କା ରେ ସ୍କୁଟି ଚାଳକ ଆହତ ହୋଇଛନ୍ତି I ଟ୍ରାକଟର ରେ ଲାଇଟ ନଥିବା ଯୋଗୁଁ ଅନ୍ଧାରରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି I ଟ୍ରାକଟର ରେ ଲାଗିଥିବା କାଜୁଆଲ ରେ ସ୍କୁଟି ଚାଳକ ଙ୍କ ଗୋଡ ଛିଣ୍ଡି ଯାଇଥିବା ଜଣାପଡିଛି I
ଗତକାଲି ରାତିରେ ଗୁରୁଣ୍ଡିଆ ପଟୁ ସଂଜୀବ ହେରେଞ୍ଜ (୪୫) କୌଣସି କାମ ପାଇଁ ବଣାଇଁ ଅଭିମୁଖେ ଆସୁଥିବା ବେଳେ ଗୁରୁଣ୍ଡିଆ ଅଭିମୁଖେ ଯାଉ ଥିବା ଟ୍ରାକଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ଗୋଡ଼ କଟି ଯାଇଥିଲା l ସ୍ଥାନୀୟ ଲୋକ ୧୦୮ ଗାଡି କୁ ଯୋଗାଯୋଗ କରିବାପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଁଚି ଗୁରୁତର ଆହତଙ୍କୁ ଉପଖଣ୍ଡ ଚିକିତ୍ସାଳୟ ନେଇ ଯାଇଥିଲେ। ଆହତ ସଞ୍ଜୀବ ଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

Leave A Reply

Your email address will not be published.