ବଣାଇ : ବଣାଇ ଅଞ୍ଚଳରେ ପ୍ରବେଶ କରି ଉପଦ୍ରବ କରୁଛନ୍ତି ୩ ଦନ୍ତା ହାତୀ।। ଚିନ୍ତାରେ ବନ ବିଭାଗ , ଚାଷୀ ଏବଂ ଗ୍ରାମବାସୀ।

0 203

ବଣାଇ : ୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ଧରିଣୀଧରପାଲି ସେକ୍ସନରେ ୩ ଗୋଠ ଛଡ଼ା ଦନ୍ତା ହାତୀଙ୍କ ଗତିବିଧି ବଢ଼ି ଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ବନ ବିଭାଗ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି।
କିଛି ଦିନ ହେବ ବଣେଇ ରେଞ୍ଜର ବିଭିନ୍ନ ଗ୍ରାମରେ ଦୁଇଟି ହାତୀ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରୁ ଥିଲେ। ଦୁଇ ହାତୀଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ ଚିନ୍ତାରେ ରହିଥିବା ବେଳେ ଗତ କାଲି ପୁଣି ଆଉ ଏକ ହାତୀ ବଣେଇ ରେଞ୍ଜ ରେ ପ୍ରବେଶ କରିଛି। ତିନୋଟି ହାତୀ ମିଶି ଯାଇଥିବାରୁ ବନବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ବନ ବିଭାଗ କର୍ମଚାରୀ ସାରା ରାତି ଅନିଦ୍ରା ରହି ହାତୀକୁ ଟ୍ରାକ୍ କରିବା ସହ ଘଉଡ଼ାଇବା ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ହାତୀ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇବା ସହିତ ଲୋକଙ୍କ ଧାନ ଫସଲ ନଷ୍ଟ କରୁଥିବା ଜଣା ପଡ଼ିଛି।
ଦିନରେ ଧରଣୀଧର ପାଲି ସେକ୍ସନ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁରେ ପସି ଲୋକଙ୍କ ଘର ଭାଙ୍ଗୁୁଛି।
ଯଥାଶୀଘ୍ର ହାତୀକୁ ଜଙ୍ଗଲକୁ ସ୍ଥାନାନ୍ତରିତ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.