ରାଉରକେଲା : ରାଉରକେଲା ମହାନଗର ନିଗମ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ।। ନୂତନ କର୍ମକର୍ତ୍ତା ମାନଙ୍କ ଦାୟିତ୍ଵ ଗ୍ରହଣ।
ରାଉରକେଲା:୫/୮(ସତ୍ୟାନ୍ୟୁଜ) ରାଉରକେଲା ମୁନିସିପାଲ୍ କର୍ପୋରେସନ ଏମ୍ପ୍ଲ୍ୟାଇଜ୍ ୟୁନିୟନ୍ ର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ ହୋଇ ଯାଇଛି। ସୋମବାର ସନ୍ଧ୍ୟାରେ ଉଦିତ ନଗର ସ୍ଥିତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଏ ବାବଦରେ ଏକ ବୈଠକରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା।
ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି ନୂତନ ସଭାପତି ଭାବେ ନିର୍ବାଚିତ ହୋଇ ଥିବା ବେଳେ ଓଡ଼ିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘ ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ପ୍ରକାଶ ପାଶ୍ୱନ୍ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଅଞ୍ଜନ କୁମାର ଦାସ ଏବଂ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ରସାନନ୍ଦ ନାୟକ , କୋଷାଧ୍ୟକ୍ଷ ରାଜେଶ୍ ସାହୁ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଇଶ୍ରାର ଆଲମ୍
ଖାନ୍, ସଂଗଠନ ସମ୍ପାଦକ ଧରଣୀଧର ବେହେରା , ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦାସ , ପ୍ରଦୀପ ପାଣିଗ୍ରାହୀ , ନିର୍ବାଚିତ ହୋଇଛନ୍ତି। ସଂଘର ଅଡିଟର୍ ଭାବେ ଶୈଳବାଳା ଦାସ ଙ୍କ ନାମ ଘୋଷଣା କରା ଯାଇଥିଲା। ଏହି ବୈଠକ ରେ ପୂର୍ବତନ ନଗରପାଳ ତଥା ମ୍ୟୁନିସିପାଲଟି କର୍ମଚାରୀ ସଂଘର ପୂର୍ବତନ ସଭାପତି କାଳନ୍ଦୀ ବଡ଼ଜେନା ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।