ରାଉରକେଲା:୪/୭(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛନ୍ତି। ଅନ୍ୟ କିଛି ଯୁବକ ଚଢାଉ ବେଳେ ଫେରାର ହୋଇ ଯାଇଛନ୍ତି। ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ପୋଲିସ୍ ଟ୍ରାଫିକ ଗେଟ୍ ଅଞ୍ଚଳରେ ଚଢାଉ କରିଥିଲେ। ଉକ୍ତ ଚଢ଼ାଉରେ ପୋଲିସ୍ ୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ୩ ଟି ବାଇକ୍ , ୩ ଟି ମୋବାଇଲ ଫୋନ୍ , ୫୨ ମୁଠା ତାସ ଆଦି ଜବତ କରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଜୁଆ ଆଡ୍ଡା ର ସଂଚାଳକ ଙ୍କୁ ପୋଲିସ୍ ଧରିବାକୁ ଉଦ୍ୟମ କରୁଛି।