ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ମାଓବାଦୀ ପୁଣି ସକ୍ରିୟ।। ବିସ୍ପୋରଣରେ ଜଣେ ରେଳ କର୍ମଚାରୀ ମୃତ। ଜଣେ ଗୁରୁତର।

0 311

ରେଳ ଲାଇନରେ ନକ୍ସଲଙ୍କ ବିସ୍ଫୋରଣ: ଜଣେରେଳ କର୍ମଚାରୀ ମୃତ, ଜଣେ ଗୁରୁତର
କେ ବଲଙ୍ଗ ଥାନା ଅନ୍ତର୍ଗତ ଟୋପାଡିହ ନିକଟ ରଙ୍ଗେଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ।

ରାଉରକେଲା:୩/୮(ସତ୍ୟାନ୍ୟୁଜ) ମାଓବାଦୀ ମାନେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ତାଙ୍କ ଉପସ୍ଥିତି ଜାହିର କରିଛନ୍ତି। ନକ୍ସଲ ଙ୍କ ୫ଟି ରାଜ୍ୟରେ ବନ୍ଦ ଡାକରା ର ଆଜି ଶେଷ ଦିନ। ତେବେ ଗତକାଲି ରାତିରେ ରେଞ୍ଜେଡା – କରମପଦା ମଧ୍ୟରେ ମାଓବାଦୀ ମାନେ ବିସ୍ପୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଥିଲେ। ଏହି ଖବର ପାଇ ରେଳ କର୍ମଚାରୀ ଘଟଣା ସ୍ଥଳକୁ ବାହାରି ଥିଲେ। ରବିବାର ସକାଳେ ପ୍ରାୟ ୧୦ଟା ସମୟରେ କେବଲାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜେଡ଼ା ନିକଟରେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ବିଶ୍ରା ଅଞ୍ଚଳର ୩୭ ବର୍ଷୀୟ ଏତୱା ଓରାମ ବୋଲି ଚିହ୍ନଟ କରାଯାଇଛି। ଗୁରୁତର ଆହତ ସହକର୍ମୀ ବୁଧରାମ ମୁଣ୍ଡା ଏକ ଘରୋଇ ହସ୍ପଟାଲରେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ଏବଂ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ରେଳ କର୍ମଚାରୀ ମାନେ କାମ ବନ୍ଦ ରଖିଛନ୍ତି। ଏତୱା ଓରାମଙ୍କ ମୃତଦେହକୁ ଆରଜିଏଚ୍ ହସ୍ପିଟାଲର ଶବାଗାରରେ ରଖାଯାଇଛି।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କାହା ନିର୍ଦ୍ଦେଶରେ ରେଳ କର୍ମଚାରୀ ମାନେ ବିନା ସୁରକ୍ଷାରେ ଘଟଣା ସ୍ଥଳକୁ ଗଲେ। ଏସ ଓ ପି କୁ ଅନୁସରଣ କରା ଯାଇ ନଥିବା ଅଭିଯୋଗ ହେଉଛି। ଉପରିସ୍ଥ ରେଳବାଇ କର୍ମଚାରୀଙ୍କ ଦାୟିତ୍ଵ ହୀନତା ପାଇଁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଗଲା। ଅନ୍ୟଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାର ୭ ଘଣ୍ଟା ପରେ ମଧ୍ୟ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି କି ହସ୍ପିଟାଲ୍ ଆସି ନାହାନ୍ତି। ଯାହା ଫଳରେ ସ୍ଥାନୀୟ ଲୋକ ଏବଂ ରେଳ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ନକ୍ସଲ କାର୍ଯ୍ୟକଳାପ ପୁନଃ ସକ୍ରିୟ ହେବା ସହିତ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଉଛି।
ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ସାହାଯ୍ୟ ଘୋଷଣା କରିଛନ୍ତି।

Leave A Reply

Your email address will not be published.