ସୁନ୍ଦରଗଡ଼ : ନିଖୋଜ ନାବାଳିକାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମିଳିଲା।। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।

0 330

ସୁନ୍ଦରଗଡ଼:୨/୮(ସତ୍ୟାନ୍ୟୁଜ) ଦୁଇ ଦିନ ହେଲା ନିଖୋଜ ଥିବା
ନାବାଳିକାର ମୃତ ଦେହ ଜଙ୍ଗଲ ମଧ୍ୟରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲୁଲୁକିଡ଼ିହି ଗାଁ ର ଏହି ନିଖୋଜ ନାବାଳିକାର ଝୁଲନ୍ତା ଅବସ୍ଥାରେ ମୃତଦେହ ଜଙ୍ଗଲ ମଧ୍ୟରୁ ମିଳିବା ପରେ ପୋଲିସ୍ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଛେଳି ଏବଂ ଗାଈ ଚରାଇବାକୁ ଜଙ୍ଗଲ ପଟକୁ ଯାଇ ନିଖୋଜ ଥିଲା ନାବାଳିକା । ବାପା ଥାନାରେ ନିଖୋଜ ଅଭିଯୋଗ ଦେଲା ପରେ ପୁଲିସ ଖୋଜା ଖୋଜି କରୁଥିଲା। ଆଜି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ପୋଲିସ୍ ଖୋଜାଖୋଜି କଲା ବେଳେ ଲୁଲୁକିଡିହି ଜଙ୍ଗଲ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ନାବାଳିକା ର ମୃତଦେହ ଠାବ କରିଥିଲେ । ଉକ୍ତ ନାବାଳିକା ଗତ ଶୁକ୍ରବାର ଜଙ୍ଗଲ ରେ ଛତିଶଗଡ ଅଞ୍ଚଳ ର ଜଣେ ବିବାହିତ ବ୍ୟକ୍ତି ଏବଂ ସ୍ଥାନୀୟ ଜଣେ ଯୁବକ ଙ୍କ ସହିତ କଥା ହେଉଥିବା କିଛି ଯୁବକ ଦେଖିଥିଲେ। । ନାବାଳିକା ଜଣକ ନମିଳିବାରୁ ଉଭୟ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଉକ୍ତ ବିବାହିତ ଯୁବକ ସହିତ ନାବାଳିକା ର ସୋସିଆଲ ମିଡିଆରେ ବନ୍ଧୁତା ଥିବା ଜଣାପଡିଛି । ପୋଲିସ୍ ନାବାଳିକାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଇଛନ୍ତି । ତାକୁ ହତ୍ୟା କରି ଗଛରେ ଟାଙ୍ଗି ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.