ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେ଼ଇଁ ୨୩ ବର୍ଷୀୟ ଯୁବକ ନିଖୋଜ।। ଫାୟାର ବ୍ରିଗେଡ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି।

0 273

ରାଉରକେଲା:୩/୮(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ନଦୀକୁ ଡେ଼ଇଁ ପଡ଼ିଲେ ଜଣେ ୨୩ ବର୍ଷୀୟ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳି ନାହିଁ। ଫାୟାର ବ୍ରିଗେଡ ଟିମ୍ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ଘଟିଛି ପାନପୋଷ ବ୍ରାହ୍ମଣୀ ବ୍ରିଜ ନିକଟ ହନୁମାନ ମନ୍ଦିର ଘାଟରେ। ଗତ କାଲି ରାତି ୧୧ ଟା ବେଳର ଘଟଣା। ୨ ନମ୍ୱର୍ ସେକ୍ଟର ର ଜଣେ ୨୩ ବର୍ଷୀୟ ଯୁବକ ଗଣେଶ ଚନ୍ଦ୍ର ବାଗ୍ ନଦୀକୁ ଡେ଼ଇଁ ପଡ଼ିଥିବା ପରିବାର ଲୋକ କହିଥିଲେ। ସଙ୍ଗେ ସଙ୍ଗେ ପୋଲିସ୍ ଏବଂ ଫାୟାର ଟିମ୍ କୁ ଖବର ଦିଆ ଯାଇଥିଲା। ରାତିରେ ଫାୟାର ଟିମ୍ ଖୋଜାଖୋଜି କରିବା ପରେ ଗଣେଶ ଙ୍କୁ ପାଇ ନଥିଲେ। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଜାରି ରହିଛି। ନଦୀ କୂଳରେ ଶୋକ ସନ୍ତପ୍ତ ପରିବାର ବର୍ଗ ବସି ରହିଛନ୍ତି।

Leave A Reply

Your email address will not be published.