ବଣାଇ : ଗାଁ ନାଁ ବାଟଗାଁ। ଗ୍ରାମକୁ ନାହିଁ ବାଟ।। ସପ୍ତାହକରେ ଦୁଇ ରୋଗୀ ଖଟିଆରେ ବୁହା ହେଲେଣି ଡାକ୍ତରଖାନା।

0 232

ବଣାଇ : ୩/୮(ସତ୍ୟାନ୍ୟୁଜ) ଗାଁ ର ନାଁ ବାଟ ଗାଁ। ମାତ୍ର ଉକ୍ତ ଗ୍ରାମକୁ ବାଟ ନାହିଁ। ଘର କରଣା ସାମଗ୍ରୀ , ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ବିଭିନ୍ନ ଭତ୍ତା ଆଣିବାକୁ ୧୫ କିଲୋମିଟର ପଥୁରିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଖରା ଦିନେ କୌଣସି ପ୍ରକାର କାମ ଚଳି ଯାଏ। ମାତ୍ର ବର୍ଷା ଦିନ ଆସିଲେ ଗ୍ରାମର ଲୋକମାନେ ଜୀବନ ଯନ୍ତ୍ରଣା ରେ ଘାଣ୍ଟି ହୁଅନ୍ତି। ଗାଁ ର କେହି ବେମାର ପଡିଲେ ୫ କିଲୋମିଟର ଖଟିଆରେ ବୁହା ହୋଇ ଅଣା ଯାଏ। ତାପରେ ବାଇକ୍ ଯୋଗେ ଡାକ୍ତର ଖାନା ନିଆ ଯାଇଥାଏ। ବୁଢ଼ା ବୁଢ଼ୀ ବେମାର ହେଲେ ଅବସ୍ଥା ଅତି ସାଙ୍ଘାତିକ ହୋଇ ଯାଇ ଥାଏ। ଏବେ ବର୍ଷା ଦିନ ହୋଇ ଥିବାରୁ କୌଣସି ରୋଗୀ କିମ୍ବା ପ୍ରସୂତି ଙ୍କୁ ଡାକ୍ତରଖାନା ନେବାକୁ କଷ୍ଟଦାୟକ ହୋଇ ପଡିଛି। ଗତ ସପ୍ତାହକ ମଧ୍ୟରେ ଗ୍ରାମର ଯୁବକ ମାନେ ୨ ଜଣ ବୟସ୍କ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ଦୃଶ୍ୟ ସାମ୍ନାକୁ ଆସିଛି। ଖଟିଆରେ ବୁହା ହୋଇ ଆସିବା ପରେ ବାଇକ୍ ରେ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଉଛି। ସେଠାରୁ ଆମ୍ବୁଲାନ୍ସ ଯୋଗେ ରୋଗୀକୁ ୫୦ କିଲୋମିଟର ଦୂରରେ ଥିବା ଲହୁଣୀପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଉଛି। ଗାଁ କୁ ସବୁ ଦିନିଆ ରାସ୍ତା ପାଇଁ ଗ୍ରମବସୀଙ୍କ ଦାବି ପ୍ରତି କୌଣସି ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ ୨୦୨୦-୨୧ ମସିହାରେ ପାଲ କୁଦର୍ ରୁ ବାଟଗାଁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଉକ୍ତ ରାସ୍ତା କାମ କରୁ ଥିବା ଠିକ ସଂସ୍ଥା ର ପତ୍ତା ମିଳୁ ନାହିଁ। ଫଳରେ ରାସ୍ତା କାମ ଅଧ ପାନ୍ତରିଆ ହୋଇ ପଡ଼ି ରହିଛି।

Leave A Reply

Your email address will not be published.