ସୁନ୍ଦରଗଡ଼ : ପି ଏମ୍ କିଶାନର ୨୦ତମ କିସ୍ତି ରାଶି ଚାଷୀଙ୍କୁ ହସ୍ତାନ୍ତର।। ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଛି ୨୭ କୋଟି ଟଙ୍କା।
ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧିର ସିଧା ପ୍ରସାରଣ ଅନୁଷ୍ଠିତ
ପିଏମ୍ କିଶାନର 20ତମ କିସ୍ତି ରାଶି ଚାଷୀଙ୍କୁ ହସ୍ତାନ୍ତର
ସୁନ୍ଦରଗଡ଼:୨/୮(ସତ୍ୟାନ୍ୟୁଜ) ସଂସ୍କୃତି ଭବନ ଠାରେ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧିର ୨୦ ତମ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା। ଉତ୍ତର ପ୍ରଦେଶରର ବାରଣାସୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨.୭୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କୁ ପି.ଏମ୍. କିଶାନର ୨୦ ତମ କିସ୍ତି ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଥିଲେ।
ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମାନ୍ୟବର ସାଂସଦ,ସୁନ୍ଦରଗଡ଼ ଶ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓଡିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ, ରଘୁନାଥପାଲିର ମାନ୍ୟବର ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗ ଦେଇଥିଲେ। ସେହିଭଳି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଆଇ ଏ ଏସ ଶିକ୍ଷାନବିଶ ଫାବୀ ରସିଦ ସଦୟ ଉପସ୍ଥିତ ରହିଥିଲେ।
ପି ଏମ କିଶାନ ଅନ୍ତର୍ଗତ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ସେମାନଙ୍କୁ ଆର୍ଥିକ ଭାବେ ସ୍ୱଚ୍ଛଳ କରିବା ସହିତ ଏହି ସହାୟତା ରାଶିକୁ ଚାଷୀଭାଇ ଭଉଣୀ ମାନେ କୃଷି କ୍ଷେତ୍ରରେ ଉପଯୋଗ କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ସେହିଭଳି କେନ୍ଦ୍ର ସରକାର ତଥା ଓଡିଶା ସରକାରଙ୍କ ଦ୍ୱାରା ଚାଷୀ ମାନଂକ ନିମନ୍ତେ ଉଦ୍ଦିଷ୍ଟ ଥିବା ବିଭିନ୍ନ ଯୋଜନା ଗୁଡ଼ିକରେ ଅର୍ନ୍ତଭୁକ୍ତ ହୋଇ ତାହାକୁ କୃଷି କ୍ଷେତ୍ରରେ ଉପଯୋଗ କରିବାକୁ ଅତିଥି ମାନେ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଆଜି ପି ଏମ କିଶାନ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ୧୩୫୩୯୫ ଜଣ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରାୟ ୨୭ କୋଟି ଟଙ୍କା ସହାୟତା ରାଶି ହସ୍ତାନ୍ତର ହୋଇଛି। ସେମାନଙ୍କ ମଧ୍ୟରୁ ବାଲିଶଙ୍କରା ବ୍ଲକ ରୁ ୧୧୫୪୨, ବଡ଼ଗାଁ ରୁ ୯୯୦୦, ବିଶ୍ରା ୫୬୦୯, ବଣାଇରୁ ୬୫୨୪, ଗୁରୁଣ୍ଡିଆରୁ ୫୯୬୭, ହେମଗିରିରୁ ୬୪୮୫, କୋଇଡାରୁ ୩୨୫୨, କୁଆଁରମୁଣ୍ଡାରୁ ୮୬୯୨, କୁତ୍ରାରୁ ୯୮୧୭, ଲହୁଣୀପଡ଼ାରୁ ୮୬୦୧, ଲାଠିକଟାରୁ ୭୧୪୮, ଲେଫ୍ରିପଡ଼ାରୁ ୯୫୨୧, ନୂଆଗାଁରୁ ୧୨୪୫୦, ସବଡେଗାରୁ ୭୩୩୫, ସଦରରୁ ୭୫୪୩ ଏବଂ ଟାଙ୍ଗରପାଲି ବ୍ଲକରୁ ୬୪୮୮ ଜଣ ଚାଷୀ ରହିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ, କୃଷି ବିଶେଷଜ୍ଞ ଏବଂ ବିଭିନ୍ନ ବ୍ଲକର ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ।