ରାଉରକେଲା : ସହରର ରାସ୍ତା କଡ଼ରେ ବିପଜ୍ଜନକ ଅବସ୍ଥାରେ ରହିଛି ବହୁ ଶୁଖିଲା ଗଛ।। ଶୁଖିଲା ଡାଳ କାଟିବାକୁ ସ୍ଥାନୀୟ ଲୋକଙ୍କ ଦାବି।

0 291

ରାଉରକେଲା:୨/୮(ସତ୍ୟାନ୍ୟୁଜ) ରାଉରକେଲା ସହର ତଥା ଇସ୍ପାତ ସହରାଞ୍ଚଳର ରାସ୍ତା କଡ଼ରେ ବହୁ ଶୁଖିଲା ଗଛ ରହିଛି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହା ମଧ୍ୟରେ କିଛି ସ୍ଥାନରେ ସୁଖା ଗଛ ଡ଼ାଳ କାଟି ସାରିଛନ୍ତି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କିଛି ଶୁଖିଲା ଗଛ କଟା ହୋଇ ଯାଇଛି। ତଥାପି କିଛି ଗଛ ଶୁଖିଲା ଅବସ୍ଥାରେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ରହି ଯାଇଛି। ସହରର ଡେଲି ମାର୍କେଟ ନିକଟ ନବରଙ୍ଗ ହୋଟେଲ ସାମ୍ନାରେ ବିପଜ୍ଜନକ ଅବସ୍ଥାରେ ରହିଛି ଏକ ଶୁଖିଲା ଗଛ। ନିକଟରେ ଏହି ଗଛର ଏକ ଡାଳ ଜଣେ ଯୁବକଙ୍କ ଉପରେ ପଡ଼ି ଯାଇଥିଲା। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ବାବଦରେ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.