ବଣାଇ : ହାତୀ ସମସ୍ୟା ନେଇ ବନ ବିଭାଗ ଏବଂ ସାମ୍ବାଦିକ ମାନଙ୍କ ମଧ୍ୟରେ ବୈଠକ।। ‘ ମୋ ବନ ମୋ ଜୀବନ ‘ ଯୋଜନାରେ ସୁସମ୍ପର୍କ ବୈଠକ।

0 211

ବଣାଇ : ୨/୮(ସତ୍ୟାନ୍ୟୁଜ) ବଣାଇଁ ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ଠାରେ ହାତୀ ସମସ୍ୟାକୁ ନେଇ ବନବିଭାଗ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସୁ-ସମ୍ପର୍କ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଡିଏଫଓ ଲଲିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ପ୍ରତିଷ୍ଠାତା ଜିତ ଶତ୍ରୁ ମହାନ୍ତି ଯୋଗ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀରୁ ଆସିଥିବା ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତିଷ୍ଠାନ ବିଶେଷଜ୍ଞ ଅଂଶୁମାନ ଗୋଗେଇ, ରାଜ୍ୟ ଯୁଗ୍ମ ଟାକ୍ସ ଫୋର୍ସ କମିଟି ସଦସ୍ୟ ଲଲିତ ମହୋନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ୭ଟି ରେଞ୍ଜ ର ରେଞ୍ଜର୍ ମାନେ ଯୋଗ ଦେଇ ଥିଲେ। ବଣାଇ ଫରେଷ୍ଟ ଡିଭିଜନ ର ୪ଟି ବ୍ଲକ୍ ରେ ହାତୀ ଉତ୍ପାତ ଦେଖା ଯାଉଛି। କେତେବେଳେ ଘର ଭାଙ୍ଗିବା ତ କେତେବେଳେ ଫସଲ ନଷ୍ଟ କରିବା ନଜିର ରହିଛି। ଏହାକୁ ନେଇ ବିବାଦ ଦେଖଦେଉଛି।ଏଣୁ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏବେ ଜଙ୍ଗଲ କୁ ବାହାର ଲୋକ ଅକ୍ତିଆର କରୁଥିବା ତଥା ଜଙ୍ଗଲ କାଟି ଦେବା ଅଭିଯୋଗ ଆସିଥିଲା। ଫଳରେ ଖାଦ୍ୟ ନମିଳିବାରୁ ହାତୀମାନେ ଗାଁ ମୁହାଁ ହୋଇ ଅଧିକ କ୍ଷତି କରୁଛନ୍ତି। ଅଧିକ ରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲରେ ହାତୀଙ୍କ ଲାଗି ଖାଦ୍ୟ ଗଛ ଲଗାଇବା ନେଇ ଆଲୋଚନା କରାଯାଇ ଥିଲା।

Leave A Reply

Your email address will not be published.