ରାଉରକେଲା : ବ୍ୟବସାୟୀକ ପ୍ରତିଷ୍ଠାନରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ।। ୫ ଦୁର୍ବୃତ୍ତ ଗିରଫ।। ମାରଣାସ୍ତ୍ର ଜବତ।

0 189

ରାଉରକେଲା: ୨/୮(ସତ୍ୟାନ୍ୟୁଜ) ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୫ ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବା ଭୁଜାଲି , ଛୁରୀ , ଲୁହା ରଡ୍ ଆଦି ଜବତ କରିଛନ୍ତି। ଶୁକ୍ରବାର ରାତିରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ କିଛି ଦୁବୃର୍ତ୍ତ ସନ୍ଦେହ ଜନକ ଭାବେ ଏକତ୍ରିତ ବସିଥିବା ଖବର ପାଇଥିଲେ। ସୂଚନା ପାଇ ପୋଲିସ୍ ମହତାବ ରୋଡ କଡ଼ରେ ଏବଂ ଜନତା ନିୱାସ ଗଳି ପଛପଟେ ଥିବା ପଡ଼ିଆରେ ରେଡ୍ କରିଥିଲେ। ସେଠାରୁ ପୋଲିସ୍ ୫ ଜଣ ପେଶାଦାର ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲେ। କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ଉକ୍ତ ଦୁର୍ବୃତ୍ତ ମାନେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ ତଦନ୍ତରୁ ଜାଣି ପାରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। ସୂଚନା ଯୋଗ୍ୟ ପ୍ଲାଣ୍ଟ ସାଇଟ୍ ପୋଲିସ୍ ୨ ଦିନ ପୂର୍ବେ ରେଲୱେ କଲୋନୀ ପାର୍କ ରୁ ୫ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଥିଲେ।

Leave A Reply

Your email address will not be published.