ବଣାଇ : ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରେଲର।। ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ।। ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା।

0 381

ବଣାଇ : ୧/୮(ସତ୍ୟାନ୍ୟୁଜ) ବସ୍ କୁ ପିଟିଲା ଟ୍ରେଲର। ଏହି ଦୁର୍ଘଟଣାରେ ବସ୍ ଟି କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ ଜଣ ଯାତ୍ରୀ। ଶୁକ୍ରବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି ବଣାଇ ଥାନା ଅନ୍ତର୍ଗତ ଦରେଇକଳା ନିକଟ ଗୋବିନ୍ଦପୁର ଛକରେ। ରାଉରକେଲା ରୁ ଦେବ ଗଡ ଯାଉଥିବା ‘ ଶିବା ‘ ନାମକ ଘରୋଇ ବସ୍ କୁ ପଛରୁ ଏକ ଲୁହା ଏଙ୍ଗେଲ୍ ବୋଝେଇ ଟ୍ରେଲର ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବଣାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.