ରାଉରକେଲା : ମହାରାଜା ଅଗ୍ରସେନ୍ ଭବନରେ ଶ୍ରୀମଦ୍ ଭାଗବତ କଥା ଆରମ୍ଭ।। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

0 296

ମହାରାଜା ଅଗ୍ରସେନ ଭବନରେ ଆଜିଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପୁରାଣ କଥା

ରାଉରକେଲା: ୧/୮(ସତ୍ୟାନ୍ୟୁଜ) ଆଜିଠାରୁ ମହାରାଜା ଅଗ୍ରସେନ ଭବନ ପରିସରରେ ଆରମ୍ଭ ହୋଇଛି ଶ୍ରୀମଦ୍ ଭାଗବତ ପୁରାଣ କଥା। ଏହି ଶ୍ରୀମଦ୍ ଭାଗବତ ପୁରାଣ କଥା ୭ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ବୃନ୍ଦାବନ ଧାମରୁ ଆସିଥିବା କଥାକାର ବିଦ୍ଯୁଶ୍ରୀ ପୂଜା ଜୋଶୀ ଭାଗବତ କଥା ବର୍ଣ୍ଣନା କରିବେ। ଏଥିପାଇଁ ଆଜି ତ୍ରିଶକ୍ତି ମନ୍ଦିର ପରିସରରୁ ଏକ ବିଶାଳ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଯେଉଁଥିରେ ଶହ ଶହ ଭକ୍ତ ଅଂଶଗ୍ରହଣ କରିଥିଲେ। ମହିଳାମାନେ ଲାଲ ଶାଢ଼ୀ ଏବଂ ଲାଲ ଚୁନରୀ ପିନ୍ଧି ମୁଣ୍ଡରେ କଳସ ନେଇ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଅନ୍ଯପକ୍ଷରେ ପୁରୁଷମାନେ ପାଇଜାମା କୁର୍ତ୍ତା ପିନ୍ଧି ଏବଂ ହାତରେ ପତାକା ଧରି ଏହି କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ” ଆପ୍ ଔର ହମ୍ ” ଦ୍ୱାରା ଆୟୋଜନ କରାଯାଇଥିଲା। ଆୟୋଜକ ଥିଲେ ସମାଜସେବୀ ସନ୍ତୋଷ ପାରିଖ୍ ଓ ପରିବାର। କାର୍ଯ୍ଯକ୍ରମରେ ସର୍ବାଧିକ ଭକ୍ତଙ୍କୁ ଭାଗବତ କଥା ଶୁଣିବାକୁ ଅନୁରୋଧ କରା ଯାଇଛି। ସର୍ବାଧିକ ଭକ୍ତ ମହାରାଜା ଅଗ୍ରସେନ ଭବନରେ ଭାଗବତ କଥା ଶୁଣି ଏହାର ଲାଭ ପାଇବା ଉଚିତ୍ ବୋଲି ଅନୁରୋଧ କରାଯାଇଛି। ଆଜି ଏହି କଳସ ଯାତ୍ରାରେ ସହରର ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ ସମେତ ସହରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ସକାଳ ୧୦ଟାରେ, କଳସ ଯାତ୍ରା ତ୍ରୀଶକ୍ତି ମନ୍ଦିର ପରିସରରୁ ଆରମ୍ଭ ହୋଇ ବାଲାଜୀ ମନ୍ଦିର ପରିସର , ଏସଟିଆଇ ଛକ ଦେଇ ମହାରାଜା ଅଗ୍ରସେନ ଭବନ ପରିସରରେ ପହଞ୍ଚିଥିଲା।
କଳସ ଯାତ୍ରା ମହାଆଡମ୍ବର ସହକାରେ ଢୋଲ ନାଗରା ବାଦ୍ୟ ସହିତ ବାହାର କରାଯାଇ ମହାରାଜା ଅଗ୍ରସେନ ଭବନରେ ପହଞ୍ଚିଥିଲା। ରାଉରକେଲା ବ୍ରାହ୍ମଣ କଲ୍ୟାଣ ସଭା , ରାଜସ୍ଥାନ ପରିଷଦ , ବି ଆର୍ ଫାଉଣ୍ଡେସନନ, ରାଉରକେଲା ଶାଖା ସମେତ ରାଉରକେଲା ସହରର ଅନେକ ସାମାଜିକ ସଂଗଠନର ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏହି କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଅଗ୍ରସେନ ଭବନରେ କଳସ ସ୍ଥାପନ କରିବା ପରେ, ଭାଗବତ କଥା ବର୍ଣ୍ଣନା କରାଯାଇଥିଲା ଯାହା ପରେ ବୃନ୍ଦାବନ ଧାମରୁ ଆସିଥିବା ବିଦୁଷୀ ପୂଜ୍ୟ ଜୋଶୀଙ୍କ ଦ୍ବାରା ଭାଗବତର ପୂଜାର୍ଚ୍ଚନା କରାଯାଇଥିଲା।

Leave A Reply

Your email address will not be published.